କୋଲକାତା,୪।୧୧: କାଳୀ ପୂଜା ନେଇ ପଶ୍ଚିମବଙ୍ଗ ହାଇକୋର୍ଟଙ୍କ ପକ୍ଷରୁ ନୂଆ ଗାଇଡ୍ ଲାଇନ୍ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। କୋର୍ଟ କହିଛନ୍ତି ଯେ, କେବଳ ଟିକା ନେଇଥିବା ଶ୍ରଦ୍ଧାଳୁଙ୍କୁ ପୂଜା ମଣ୍ଡପକୁ ପ୍ରବେଶ ଅନୁମତି ମିଳିବ। ପୂଜା ମଣ୍ଡପ ଅଞ୍ଚଳକୁ ନୋ ଏଣ୍ଟ୍ରି ଜୋନ୍ ଭାବେ ଘୋଷଣା କରାଯିବା ସହିତ ଭିଡ଼ ନ କରିବାକୁ କୋର୍ଟଙ୍କ ପକ୍ଷରୁ କୁହାଯାଇଛି।
ବିଚାରପତି ରାଜକିଶୋର ମନ୍ଥା ଏବଂ କେସଙ୍ଗ ଡୋମା ଭୁତିଆଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି।
କାଳୀ ପୂଜା ଅବସରରେ ଭିଡ଼କୁ ଦୂର କରିବା ଲାଗି ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତିି। ୨୦୨୦ ନଭେମ୍ବର ୫ରେ କାଳୀ ପୂଜା ସମୟର ଏକ ଭିଡ଼ିଓକୁ ଦେଖି ରାଜ୍ୟରେ କରୋନା ମହାମାରୀ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟି ରଖି ଖଣ୍ଡପୀଠ ଏହା କହିଛନ୍ତି। ପୂଜା ମଣ୍ଡପ ଅଞ୍ଚଳରେ ଶ୍ରଦ୍ଧାଳୁ ସାମାଜିକ ଦୂରତା ବଜାୟ ରଖିବା ସହିତ ଡବଲ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।