ବୁଧବାର ବନ୍ଦ ରହିବ କାଳିଆ ଦର୍ଶନ

ପୁରୀ ୨୦।୨ : ବୁଧବାର କାଳିଆ ସାଆନ୍ତଙ୍କ ଅନୁଷ୍ଠିତ ହେବ ବନକଲାଗି ନୀତି। ଏହି ନୀତିକାନ୍ତି ଅବସରରେ ଠାକୁରଙ୍କ ଦର୍ଶନ ଉପରେ କଟକଣା ରହିବ । ପ୍ରାୟ ୩ ରୁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି ।

ସୂଚନା ଅନୁଯାୟୀ, ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ସ୍ବତନ୍ତ୍ର ନୀତି ସମୟରେ ଠାକୁରଙ୍କ ଦର୍ଶନ ଉପରେ କଟକଣା ରହିଛି । ୨ୟ ଭୋଗ ମଣ୍ଡପ ଅନୁଷ୍ଠିତ ହେବା ପରେ ମହାପ୍ରଭୁଙ୍କୁ ଏହି ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକମାନେ ଠାକୁରଙ୍କ ବନକଲାଗି ନୀତି ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ । ଏଥିପାଇଁ ଅପରାହ୍ନରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ।