ଭୁବନେଶ୍ୱର,୩।୫(ବ୍ୟୁରୋ): ଅକ୍ଷୟ ତୃତୀୟା ଅବସରରେ ମଙ୍ଗଳବାର ଚାଷୀଙ୍କୁ କାଳିଆ କିସ୍ତି ପ୍ରଦାନ କରାଯାଇଛି। ଓଡ଼ିଶାର ୪୦ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୮୦୪ କୋଟି ଟଙ୍କା ପଠାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ତେବେ ଅକ୍ଷୟ ତୃତୀୟା ଦିନ ଚାଷୀ ଅଖିମୁଠୀ ଅନୁକୂଳ କରିବାର ପରମ୍ପରା ରହିଛି। ଏହି ଦିନର ସ୍ବତନ୍ତ୍ରତା ଦେଖି ଚାଷୀଙ୍କ ଆକାଉଣ୍ଟକୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିଥିବା ସୂଚନା ମିଳିଛି।