ଝାରସୁଗୁଡ଼ା ଜିଲା: ମିଳିଲା କାଳିଆ ସହାୟତା

ଭୁବନେଶ୍ବର,୩୦ା୫(ବ୍ୟୁରୋ): ଝାରସୁଗୁଡ଼ା ଜିଲା ଚାଷୀଙ୍କୁ ୨୦୨୩ ଖରିଫ ଫସଲ ଋତୁ ପାଇଁ ସୋମବାର କାଳିଆ ସହାୟତା ରାଶି ମିଳିଛିି। ଜିଲାର ୩୬,୨୪୯ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୨୪୬ ଜଣ ଭୂମିହୀନ କୃଷି ପରିବାରଙ୍କୁ ୨୦୨୩ ଖରିଫ ଫସଲ ଋତୁ ପାଇଁ ୭ କୋଟି ୩୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କାଳିଆ ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତ ଏପ୍ରିଲ ପହିଲା ଓଡ଼ିଶା ଦିବସ ଅବସରରେ ଝାରସୁଗୁଡ଼ା ଜିଲା ବ୍ୟତୀତ ରାଜ୍ୟର ସମସ୍ତ ୨୯ ଜିଲାର ୪୨ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୪୯ ହଜାରରୁ ଅଧିକ ଭୂମିହୀନ କୃଷି ପରିବାରକୁ ୮୭୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାଳିଆ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପ୍ରକ୍ରିୟା ଚାଲୁ ରହିଥିବାରୁ ସେତେବେଳେ ଏହି କାଳିଆ ସହାୟତା ରାଶି ହିତାଧିକାରୀଙ୍କୁ ଦିଆଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ଶିଶୁ ଉଦ୍ଧାର ଅଭିଯାନ, ୩୩୪ ଶିଶୁ ପରିବାର ଲୋକଙ୍କୁ ହସ୍ତାନ୍ତର

କଟକ,୩ା୧୨ (କାର୍ତ୍ତିକ ସାହୁ): ଭୁବନେଶ୍ବରସ୍ଥିତ ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପକ୍ଷରୁ ରାଜ୍ୟରେ ଆଜି ପର୍ଯ୍ୟନ୍ତ ନିଖୋଜ ଥିବା ଶିଶୁମାନଙ୍କୁ...

ଧର୍ମଘଟରୁ ଓହରିଲେ ବଙ୍ଗୀୟ ଆଳୁ ବ୍ୟବସାୟୀ, ଓଡ଼ିଶାକୁ ରପ୍ତାନୀ ନେଇ ନରମି ପାରନ୍ତି ମମତା

ଭୋଗରାଇ, ୩।୧ ୨( ପ୍ରଦୀପ ଦାସ ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟର ଆଳୁର ଅଭାବ ଓ ବଜାର ଦର ନିୟନ୍ତ୍ରଣ ଲାଗି...

ବାଇକ୍‌ରେ ୩ ସାଙ୍ଗ ଆସୁଥିବା ବେଳେ ବସ୍‌ ସହ ଧକ୍କା: ଚାଲିଗଲା ଜଣଙ୍କ ଜୀବନ, ଆଉ ଦୁଇ ଗୁରୁତର

ଭୋଗରାଇ, ୩l୧୧( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଜଳେଶ୍ୱର – ଚନ୍ଦନେଶ୍ୱର ୫୭ ନଂ ରାଜ୍ୟପଥ ଥାନା ଛକ ଦେହୁର୍ଦ୍ଦା ହନୁମାନ...

ବାସଭବନରେ ଦିବ୍ୟାଙ୍ଗ ମାନଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ସମାଧାନର ଦେଲେ ଆଶ୍ବାସନା

ଭୁବନେଶ୍ୱର,୩।୧୨: ମଙ୍ଗଳବାର ସକାଳେ କିଛି ଲୋକ ସେମାନଙ୍କ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାସଭବନକୁ ଆସିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ...

ଦାଦନ ଖଟିବାକୁ ଯାଇ ତିନି ବର୍ଷରେ ୨୩୩ ହରାଇଲେଣି ଜୀବନ, ଏହି ଜିଲାରୁ ସର୍ବାଧିକ

ଭୁବନେଶ୍ୱର,୩।୧୨: ପେଟ ପୋଷିବା ପାଇଁ ଦାଦନ ଖଟିବାକୁ ଯାଇ ଜୀବନ ହରାଉଛନ୍ତି ଓଡ଼ିଆ ଲୋକ। ଏହି ସଂଖ୍ୟା ଗତ ତିନି ବର୍ଷରେ ୨୩୩ ରହିଛି। ଯାହା...

ନୌସେନା ଦିବସ ପାଇଁ କାଲି ସବୁ ସ୍କୁଲ ଛୁଟି ଘୋଷଣା

ପୁରୀ,୩।୧୨: ଡିସେମ୍ବର ୪ ଅର୍ଥାତ୍‌ ଆସନ୍ତାକାଲି ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ଏନେଇ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଏଥିପାଇଁ କାଲି...

ସହକାରୀ ଯନ୍ତ୍ରୀଙ୍କ ପୁଳା ପୁଳା ସମ୍ପତ୍ତି: ତିନି ବିଶାଳ କୋଠା ସହିତ ୧୮ ପ୍ଲଟ୍, କେଜିଏ ସୁନା ଜବତ

ଭୁବନେଶ୍ୱର,୩।୧୨: ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି ଜୟପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର। ମାତ୍ର ଦଶ ବର୍ଷର ଚାକିରିରେ ସେ ଆୟ ବହିର୍ଭୁତ ସମ୍ପତ୍ତି...

ଗତ ପାଞ୍ଚବର୍ଷରେ ମୃତ୍ୟୁ ବରଣ କରିଛନ୍ତି ୩୪ ବାଘ, ଏବେ ଅଛନ୍ତି ଏତିକି

ଭୁବନେଶ୍ୱର,୩।୧୨: ଓଡ଼ିଶାରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଜୀବନ ହରାଇଛନ୍ତି ୩୪ କଲରାପତରିଆ ଏବଂ ତିନି ମହାବଳ ବାଘ। ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri