ଖୋର୍ଦ୍ଧା ଅଫିସ, ୧୩।୧: ଭକ୍ତଙ୍କ ପାଇଁ ମା’ କାଳିଜାଇ ମନ୍ଦିର ଶୁକ୍ରବାର ବନ୍ଦ ରହିବ। ମକର ସଂକ୍ରାନ୍ତିରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି। କାଲି ସକାଳ ୫ଟାରୁ କଟକଣା ଲାଗୁ ହେବ।
ସୂଚନାଯୋଗ୍ୟ, ରାଜ୍ୟରେ ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି। ଅନେକ ସ୍ଥାନରେ ସରକାର କଟକଣା ଲାଗୁ କରିଛନ୍ତି। ତେବେ ଶୁକ୍ରବାର ମକର ସଂକ୍ରାନ୍ତି ଥିବାରୁ ଭିଡ ଲାଗି ରହିବ। ତେଣୁ ଯେପରି ଭିଡ ଲାଗି ନ ରହିବ ସେଥିପାଇଁ କଟକଣା ଜାରି କରାଯାଉଛି।