କାଲିମେଳା, ୧୩।୩(ଜୀବନ କୃଷ୍ଣ ଦାସ): ଗୋ’ଚାଲାଣ ହବ ପାଲଟିଛି କାଲିମେଳା ଅଞ୍ଚଳ। କାଲିମେଳା ପୋଲିସ ଦ୍ୱରା ପୋଡ଼ଶୀ ରାଜ୍ୟ ଚାଲାଣ ହେଉଥିବା ଗାଈ ଜବତ ସହିତ ୬ ଜଣ ଅଟକ ମାଲକାନଗିରି ଜିଲାର କାଲିମେଳା ଥାନା ପୋଲିସ ଗତକାଲି ରାତିରେ ରାତ୍ର କାଳୀନ ପାଟ୍ରୋଲିଙ୍ଗ କରୁଥିବା ସମୟରେ କାଲିମେଳା ଥାନା ଅଧୀନ ଗୋମ୍ପକୋଣ୍ଡା ଗ୍ରାମ ପଞ୍ଚାୟତର ଏମ :ଭି :୬୬ ଗାଁ ଛକ ନିକଟରେ ରାତିରେ କିଛି ଲୋକ ଗୋ’ଚାଲାଣ କରୁଥିବା ଦେଖି ସନ୍ଦେହ ହେବାରୁ ତାଙ୍କୁ ଅଟକାଇ ପଚରାଉଚରା କରି ଯାଞ୍ଚ କରିବାରୁ ଜାଣିବାକୁ ପାଇଲେ ଯେ, ସେମାନେ ଏହି ସବୁ ଗାଈ ଗୋରୁକୁ ପଡୋଶୀ ରାଜ୍ୟ ତେଲଙ୍ଗାନା ରାଜ୍ୟର ହାଇଦ୍ରାବାଦ ଏବଂ ଆନ୍ଧ୍ରପ୍ରଦେଶର ଗକାୱାରମ, କାକିନାଡ଼ାକୁ ଗୋ’ଚାଲାଣ କରିବା ଉଦ୍ଦେଶ୍ୟରେ ରାତିରେ ଚୋରି ନେଇ ଯାଉଛନ୍ତି।
ପୋଲିସ ସେମାନଙ୍କୁ ଯାଞ୍ଚ କରିବାରୁ ସେମାନଙ୍କ ପାଖରେ କୌଣସି ଲାଇସେନ୍ସ ବା ଗୋ’ଚାଲାଣ ନେଇ କୌଣସି କାଗଜ ପତ୍ର ନ ଥିବା ଦେଖି ସେଠାରୁ ଗୋ’ଚାଲାଣକାରୀ ଛଅ ସମେତ ସମୁଦାୟ ୫୫ ଗୋଟିକୁ ନେଇ କାଲିମେଳା ଥାନା ପରିସରରେ ରଖିଥିବା ବେଳେ ଗୋ’ଚାଲାଣ କରୁଥିବା ୬ ଜଣ ଚାଲାଣକାରୀଙ୍କୁ ଅଟକ ରଖିଛନ୍ତି! ଏ ନେଇ କାଲିମେଳା ଥାନା ପରିସର ରଖା ହୋଇଥିବା ଗାଈ ମାନଙ୍କୁ ଥାନା ପକ୍ଷରୁ ଖାଦ୍ୟ ଯୋଗାଇବା ସହିତ ଗୋ ଚାଲାଣ କରୁଥିବା କାଲିମେଳା ଗ୍ରାମ ପଂଚାୟତ ଅନ୍ତର୍ଗତ ଏମ:ପି:ଭି-୩୧ ଗ୍ରାମର ୧୯ ବର୍ଷ ବୟସର ଦୁଇଜଣ ତଥା ରାଜୀବ ମଣ୍ଡଳ, ପ୍ରଶଂଜିତ ଭୌମିକ(୧୯), ଠିକ ସେହିପରି ସମ୍ପୃକ୍ତ କାଲିମେଳା ଗ୍ରାମ ପଂଚାୟତ ଅନ୍ତର୍ଗତ ଅମ୍ବାଗୁଡା ଗ୍ରାମ ୧୯ ବର୍ଷ ବୟସର ତିନି ଜଣ ତଥା ରାମା ମାଡକାମୀ (୧୯), ରମେଶ ମାଢି (୧୯), ଯୋଗେଶ ମାଢି (୧୯) ଓ ମୋଟୁ ଥାନା ଅନ୍ତର୍ଗତ ମାଳାୱାରାମ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନେଲାକୋଟା ଗ୍ରାମର ୨୦ ବର୍ଷ ବୟସର ରାଜୁ କବାସୀଙ୍କୁ ଗତକାଲି ବିଳମ୍ବିତ ରାତିରୁ ଘଟଣାସ୍ଥଳରୁ ଥାନାକୁ ଆଣି ଅଟକ ବ୍ୟକ୍ତିଙ୍କ ବ୍ୟତୀତ ଆଉ ଅନ୍ୟକାହାର ଏହି ଗୋ’ଚାଲାଣରେ ସମ୍ପୃକ୍ତି ଅଛି ବୋଲି ତଦନ୍ତ ଚଳାଇଛନ୍ତି ବୋଲି କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ପ୍ରକାଶ କରିଥିବାବେଳେ ଏନେଇ କାଲିମେଳା ପକ୍ଷରୁ କେସ ନମ୍ବର ୬୪ରେ ଧାରା ୩୦୨(୨), ୩(୫)ବିଏନଏସ ୧୧ ଅନିମଲ ଫ୍ଲୁଏଣ୍ଟି ଆକ୍ଟରେ ମାମଲା ରୁଜୁ କରାଯାଇଛି ଏବଂ ଏଥିରେ ତଦନ୍ତକାରୀ ଅଧିକାରୀ ଏସ:ଆଇ ବିଜୟ କୁମାର ମାଝୀ ରହିଥିବା ଜଣାପଡିଛି। ଏହା କାଲିମେଳା ଥାନାରେ ପ୍ରଥମଥର କରି ଗୋ’ଚାଲାଣ ସମ୍ବନ୍ଧୀୟ କେସ ହୋଇଛି l