ଆଜିଠାରୁ କଳିଙ୍ଗ ବାଲିଯାତ୍ରା

ପାରାଦୀପ,୭ା୧୧(ସ୍ବ.ପ୍ର.):ପାରାଦୀପର ସମୁଦ୍ର ବେଳାଭୂମି ବିଜୁ ମଇଦାନରେ ସୋମବାରଠାରୁ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆରମ୍ଭ ହେବ। ଏହା ୮ ଦିନ ଧରି ଚାଲିବ। ଏହାକୁ ଉଦ୍‌ଘାଟନ କରିବେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଏହାବାଦ୍‌ ୨ ଜଣ ମନ୍ତ୍ରୀ, ୪ ବିଧାୟକ, ଜଣେ ଏମ୍‌ପି, ପାରାଦୀପ ବନ୍ଦର ସମେତ ସମସ୍ତ କାରଖାନା ମୁଖ୍ୟ ଓ ଜିଲା ପ୍ରଶାସନିକ ଅଧିକାରୀମାନେ ଯୋଗଦେବେ ବୋଲି ନିମନ୍ତ୍ରଣ ପତ୍ରରେ ସୂଚନା ରହିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ନିମନ୍ତ୍ରଣ ପତ୍ରରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ର ନାହିଁ, ଯାହାକୁ ନେଇ ବାଲିଯାତ୍ରାର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ ଅଭିଯୋଗ କରିଛନ୍ତି। ତାଙ୍କ ମତରେ ବିଜୁବାବୁଙ୍କ ଉଦ୍ୟମରେ ପାରାଦୀପ ବନ୍ଦର, ବୋଇତ ବନ୍ଦାଣ, ବାଲିଯାତ୍ରା ଆରମ୍ଭ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ନୌବାଣିଜ୍ୟ ପରମ୍ପରାକୁ ସ୍ମରଣୀୟ କରି ରଖିବା। ଏଥିଲାଗି ବିଜୁବାବୁଙ୍କୁ ସମ୍ମାନ ଦେବା କଥା।


Enter your email to get our daily news in your inbox.

All Right Reserved By Dharitri.Com

ନୌସେନା କର୍ମଚାରୀଙ୍କ ଶ୍ରାଦ୍ଧବାର୍ଷିକୀରେ କ୍ୟାଣ୍ଡେଲ ଶୋଭାଯାତ୍ରା, ସ୍ମୃତିଚାରଣ କଲେ ଯୁବଗୋଷ୍ଠୀ

ବେଲଗୁଣ୍ଠା,୧୬।୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ ଗୋବରା ପଞ୍ଚାୟତ ଅନ୍ତର୍ଗତ ବାସୁଦେବପୁର ଗ୍ରାମର ନୌସେନା କର୍ମଚାରୀ ସ୍ବର୍ଗତ କୃଷ୍ଣ ଚନ୍ଦ୍ର ଗୌଡ଼ଙ୍କ ତୃତୀୟ...

ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ, ଉତ୍ତମ ମଣିଷ ହେବାକୁ ପରାମର୍ଶ

କର୍ଲାମୁଣ୍ଡା:୧୬।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋର ପଦର ପଞ୍ଚାୟତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ...

କୋକଲୁଣ୍ଡା ରଙ୍ଗମଞ୍ଚରେ କଳାକାରଙ୍କୁ ସମ୍ବର୍ଦ୍ଧନା, ପ୍ରଶଂସା ସାଉଁଟିଲା ‘କିଏ କାନ୍ଦି ନାହଁ ହାତ ଟେକ’

ବେଲଗୁଣ୍ଠା,୧୬।୪( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଚଳିତ ବର୍ଷ ଗଞ୍ଜାମ ପ୍ରସିଦ୍ଧ ଦଣ୍ଡନାଚ ଏହାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏହା ଭିନ୍ନ ଭିନ୍ନ ସମୟରେ ଆରମ୍ଭ ହୋଇଥିଲେ...

ବସା ପୋଡ଼ାଯିବା ସତ୍ତ୍ୱେ ମୁଣ୍ଡବିନ୍ଧାର କାରଣ ପାଲଟିିଛନ୍ତି ମହୁମାଛି, ବନ ବିଭାଗକୁ ଚିଠି ଲେଖିଲେ ବିଡିଓ

ଦାରିଙ୍ଗବାଡି,୧୬।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ସେବାଶ୍ରମରେ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ ଘଟଣା ଚିନ୍ତାର ବିଷୟ ପାଲଟିଥିଲା। ତେବେ ବୁଧବାର ମଧ୍ୟ...

୩୦ଫୁଟ ପୋଲତଳୁ ମିଳିଲା ଯୁବକଙ୍କ ମୃତଦେହ : ବଢ଼ୁଛି ସନ୍ଦେହ

ପାଟଣା,୧୬।୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ଭୀମ କୁଣ୍ଡ ରାସ୍ତାର ଡୁମୁରିଆ ନାଳ ପୋଲ (୩୦)ଫୁଟ ତଳୁ ବୁଧବାର ଅପରାହ୍ନରେ ଜଣେ ଯୁବକଙ୍କ...

ବନ ବିହାରରେ ହେବ ଶହିଦ ସ୍ମୃତି ସ୍ତମ୍ଭ: ପ୍ରତିଶ୍ରୁତି ଦେଲେ ବିଧାୟକ

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ ବନ ସେବା ବ୍ରହ୍ମପୁର ସର୍କଲ ସଭାପତି ଅନୁପ କୁମାର ବିଷୋୟୀଙ୍କ ନେତୃତ୍ୱରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର କର୍ମକର୍ତ୍ତାମାନେ...

ଜାତୀୟ ରାଜପଥ କଡ଼ରେ ପଡ଼ିଛି ୨ ଅପରିଚିତ ଯୁବକଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ

ବଲାଙ୍ଗୀର, ୧୬।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ମଠଖାଇ ଜଙ୍ଗଲ ସନ୍ନିକଟ ବଲାଙ୍ଗୀର-ଦେଓଗାଁ ୨୬ ନଂ ଜାତୀୟ ରାଜପଥ କଡ଼ରୁ ଦୁଇଜଣ ଅପରିଚିତ ଯୁବକଙ୍କ ମୃତଦେହକୁ...

ଛତିଶଗଡ଼ ଚାଲାଣ ହୋଇଛନ୍ତି ବଲାଙ୍ଗୀରର ନବଜାତ ଶିଶୁ

ବଲାଙ୍ଗୀର, ୧୬।୪(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ଜିଲା ମୁରିବାହାଲ ଥାନା କର୍ଲା ଗାଁରୁ ଏକ ନବଜାତ ଶିଶୁକନ୍ୟାକୁ ଚାଲାଣ କରାଯାଉଥିବା ଜଣାପଡ଼ିବା ପରେ ପୁଣିଥରେ ହଇଚଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image