Categories: ବାଣିଜ୍ୟ

‘ମାଗଣା ସେବା ଯୋଗାଉଛି କଳିଙ୍ଗ ହସ୍ପିଟାଲ’

କଟକ,୧୦।୧୧: ରାଜ୍ୟର ସର୍ବପୁରାତନ ଘରୋଇ ଚିକିତ୍ସାଳୟ ‘କଳିଙ୍ଗ ହସ୍ପିଟାଲ’ ପକ୍ଷରୁ କଟକ ବାଲିଯାତ୍ରରେ ମାଗଣା ଆମ୍ବୁଲାନ୍ସ ସାଙ୍ଗକୁ ସ୍ବାସ୍ଥ୍ୟସେବା ମଧ୍ୟ ଯୋଗାଇ ଦିଆଯାଉଛି। ବିଶେଷକରି ହସ୍ପିଟାଲର ନୂତନ ମ୍ୟାନେଜମେଣ୍ଟର ଚେୟାରମ୍ୟାନ ଡା. ଶିତିକଣ୍ଠ ଦାଶଙ୍କ ଆହ୍ବାନକ୍ରମେ ପ୍ରଥମ ଥର ପାଇଁ ବାଲିଯାତ୍ରାରେ ଏକ ଆପତ୍‌କାଳୀନ ଜରୁରୀ ସେବା ସହ ଅତ୍ୟାଧୁନିକ ଆମ୍ବୁଲାନ୍ସର ମଧ୍ୟ ପ୍ରାବଧାନ କରାଯାଇଛି। ଏପରିକି ବାଲିଯାତ୍ରା ପଡ଼ିଆର ଗଡ଼ଗଡିଆ ମୁଖ୍ୟଦ୍ବାର ନିକଟରେ କଳିଙ୍ଗ ହସ୍ପିଟାଲର ଏକ ବୃହତ୍‌ ଷ୍ଟଲ୍‌ (ମେଡିକାଲ ସେବା ମଣ୍ଡପ) ନିକଟରେ ଉଦ୍‌ଘାଟିତ ହୋଇଯାଇଛି।

ଏହି ଅବସରରେ ହସ୍ପିଟାଲରର ପରିଚାଳନା ନିର୍ଦ୍ଦେଶକ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଡା. ଏସ୍‌.ଡି. ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହସ୍ପିଟାଲର ନିର୍ଦ୍ଦେଶକ ଡା. ଜ୍ଞାନେନ୍ଦୁ କୁମାର ମହାପାତ୍ରଙ୍କ ସମେତ ହସ୍ପିଟାଲର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

Share