Categories: ବାଣିଜ୍ୟ

ଟାଟା ଷ୍ଟିଲ୍‌କୁ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର

[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]

ଭୁବନେଶ୍ୱର,୨୩।୧୨: ଦେଶର ପ୍ରମୁଖ ଘରୋଇ ଶିଳ୍ପ ପ୍ରତିଷ୍ଠାନ ଟାଟା ଷ୍ଟିଲ୍‌ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ଲାଭ କରିଛି। ଏପରିକି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କ୍ୱାଲିଟି ଆଣ୍ଡ ଏନ୍‌ଭାଇରମେଣ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ୍‌(ଆଇକ୍ୟୁଇଏମ୍‌ଏସ୍‌) ପକ୍ଷରୁ ଟାଟା ଷ୍ଟିଲ୍‌କୁ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି କଟକ ଆଠଗଡ଼ ଓ ଗଞ୍ଜାମ ଗୋପାଳପୁରଠାରେ ଥିବା ଟାଟା ଷ୍ଟିଲ୍‌ର ଫେରୋ କ୍ରୋମ ପ୍ଲାଣ୍ଟକୁ ଯଥାକ୍ରମେ ପ୍ଲାଟିନମ୍‌ ଓ ଗୋଲ୍ଡ ବର୍ଗରେ ପୁରସ୍କୃତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଆଇକ୍ୟୁଇଏମ୍‌ଏସ୍‌ ପକ୍ଷରୁ ଆୟୋଜିତ ଜାତୀୟ ସୁରକ୍ଷା ସମ୍ମିଳନୀ-୨୦୨୩ ଅବସରରେ ଟାଟା ଷ୍ଟିଲ୍‌କୁ ସମ୍ମାନଜନକ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର ଦିଆଯାଇଛି। ଅପରପକ୍ଷରେ ଗତ ବର୍ଷର ପ୍ରଦର୍ଶନ ପାଇଁ ଉଭୟ ପ୍ଲାଣ୍ଟକୁ ଉପରୋକ୍ତ ପୁରସ୍କାର ଟାଟା ଷ୍ଟିଲ୍‌ର ଫେରୋ ଆଲଏଜ୍‌ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍‌ଏଏମ୍‌ଡି) ଅଧୀନରେ କାର୍ଯ୍ୟ କରୁଥିବା ଉକ୍ତ କାରଖାନାଗୁଡ଼ିକ ସୁରକ୍ଷା ଏବଂ ପରିଚାଳନାରେ ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବାରେ ଉଲ୍ଲେଖନୀୟ ସଫଳତା ପାଇଁ ଉକ୍ତ ସମ୍ମାନଜନକ ପୁରସ୍କାର ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ, ହୋମ୍‌ଗାର୍ଡର କମାଣ୍ଡାଣ୍ଟ ଜେନେରାଲ ତଥା ବେସାମରିକ ସୁରକ୍ଷା ନିର୍ଦ୍ଦେଶକ ଡ.ସୁଧାଂଶୁ ଷଡ଼ଙ୍ଗୀଙ୍କଠାରୁ ଆଠଗଡ଼ସ୍ଥିତ ଫେରୋକ୍ରୋମ ପ୍ଲାଣ୍ଟର ମୁଖ୍ୟ ବାଥୁଲା ଶ୍ରୀନିବାସ ପ୍ଲାଟିନମ୍‌ ପୁରସ୍କାର ଏବଂ ଗୋପାଳପୁରସ୍ଥିତ ଫେରୋକ୍ରୋମ ପ୍ଲାଣ୍ଟର ମୁଖ୍ୟ ଅଟ୍‌ଲା ରାମବାବୁ ଗୋଲ୍ଡ ପୁରସ୍କାର ଗ୍ରହଣ କରିଥିଲେ।
ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଏକ୍‌ଜିକ୍ୟୁଟିଭ୍‌ ଇନ୍‌ଚାର୍ଜ (ଏଫ୍‌ଏଏମ୍‌ଡି) ପଙ୍କଜ ସତିଜା କହିଛନ୍ତି, ଆମର ସୁରକ୍ଷା ପଦକ୍ଷେପକୁ ସ୍ବୀକୃତି ଦେବା ଏବଂ ଏଭଳି ଏକ ସମ୍ମାନଜନକ ପୁରସ୍କାରରେ ଆମକୁ ସମ୍ମାନିତ କରିଥିବାରୁ ମୁଁ ବିଚାରକ ମଣ୍ଡଳୀ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଉଛି। ବିଶେଷକରି ଏହା ନିଶ୍ଚିତ ଭାବେ ଆମ ଟିମ୍‌କୁ ପରିଚାଳନାରେ ସର୍ବୋଚ୍ଚ ନିରାପତ୍ତା ମାନଦଣ୍ଡ ସୁନିଶ୍ଚିତ କରିବା ଦିଗରେ ଏହା ଆମର ପ୍ରୟାସକୁ ଆଗକୁ ବଢ଼ାଇବାକୁ ପ୍ରେରଣା ଦେବ।

Share