ଆଜିଠୁ କଳିଙ୍ଗ ସୁପର କପ୍‌

ଭୁବନେଶ୍ୱର,୨୦ା୪(ଅନାଦି କର): ଆଇକନିକ୍‌ କଳିଙ୍ଗ ଷ୍ଟାଡିୟମରେ ରବିବାରଠାରୁ ଆରମ୍ଭ ହେବାକୁଯାଉଛି କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଇଷ୍ଟ ବେଙ୍ଗଲ ଓ କେରଳ ବ୍ଲାଷ୍ଟର୍ସ ମୁହଁାମୁହିଁ ହେବେ। ଏହି ପ୍ରତିଯୋଗିତାରେ ଭାଗନେଉଥିବା ୧୫ଟି ଦଳ ଟ୍ରଫି ଓ ଆଗାମୀ ସିଜନର ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ୨ରେ ଉପଲବ୍ଧ ଥିବା ଏକମାତ୍ର ସ୍ଥାନ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିବେ। ଘରୋଇ ଦଳ ଓଡ଼ିଶା ଏଫ୍‌ସି ଗତବର୍ଷ ଫାଇନାଲରେ ଇଷ୍ଟ ବେଙ୍ଗଲ ଏଫ୍‌ସିଠାରୁ ୩-୨ ଗୋଲରେ ପରାସ୍ତ ହୋଇ ରନରଅପ ରହିଥିଲା। ଗତ ସଂସ୍କରଣରେ ଏହି ଟ୍ରଫି ସହ ଜାତୀୟ ଟାଇଟଲ ଲାଗି ଇଷ୍ଟ ବେଙ୍ଗଲର ୧୨ ବର୍ଷର ଅପେକ୍ଷା ଶେଷ ହୋଇଥିଲା। ଏଥର ଦଳ ତା’ର ଟାଇଟଲକୁ ସମାନ ଭେନ୍ୟୁରେ ଡିଫେଣ୍ଡ କରିବାକୁ ଲକ୍ଷ୍ୟ ରଖିଛି। ବେଙ୍ଗଲ ୨୦୦୯-୧୦ ଓ ୨୦୧୦ରେ ଲଗାତର ଫେଡେରେଶନ କପ୍‌ ଜିତିଥିବାବେଳେ କେରଳ ବ୍ଲାଷ୍ଟର୍ସ ଜାତୀୟସ୍ତରରେ ତା’ର ପ୍ରଥମ ଟ୍ରଫି ଅପେକ୍ଷାରେ ରହିଛି। ଉଭୟ ଦଳ ଇଣ୍ଡିଆନ ସୁପର ଲିଗ୍‌ରେ ଆଶାନୁଯାୟୀ ପ୍ରଦର୍ଶନ କରି ନ ପାରି ପଏଣ୍ଟ ଟେବୁଲରେ ଯଥାକ୍ରମେ ନବମ ଓ ଅଷ୍ଟମ ସ୍ଥାନରେ ରହିଥିଲେ। ଏହି ମ୍ୟାଚ୍‌ର ବିଜେତା ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ଭେଟିବ। ଆଇ-ଲିଗ୍‌ କ୍ଲବ ଚର୍ଚ୍ଚିଲ ବ୍ରଦର୍ସ ଟୁର୍ନାମେଣ୍ଟରୁ ଓହରିଯିବାରୁ ମୋହନ ବାଗାନ ବାଇ ପାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଏହି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଆସନ୍ତା ୨୬ ତାରିଖରେ ଖେଳାଯିବ। ଏପ୍ରିଲ ୨୧ ତାରିଖରେ ୨୦୧୯ ସଂସ୍କରଣର ଚାମ୍ପିୟନ ଏଫ୍‌ସି ଗୋଆ ଓ ଗୋକୁଳମ କେରଳ ଏଫ୍‌ସି ପରସ୍ପରକୁ ଭେଟିବେ। ଗତ ଦୁଇ ସଂସ୍କରଣରେ ଗ୍ରୁପ୍‌ ପର୍ଯ୍ୟାୟ ଅତିକ୍ରମ କରିପାରି ନ ଥିବା ଗୋଆ ଏଥର ଟ୍ରଫି ସହ ୨୦୨୧ ପରେ ଦ୍ୱିତୀୟଥର ପାଇଁ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ରେ ଖେଳିବା ଲକ୍ଷ୍ୟରେ ରହିଛି। ସେହିଭଳି ଗୋକୁଳମ କେରଳ ୨୦୨୨ ପରେ ଏଏଫ୍‌ସି କପ୍‌ରେ ଖେଳିବା ଉଦ୍ଦ୍ୟେଶ ରଖିଛି। କିନ୍ତୁ ଏହି ଦଳ କଦାପି କଳିଙ୍ଗ ସୁପର କପ୍‌ରେ ରାଉଣ୍ଡ ଅଫ୍‌-୧୬ ଅତିକ୍ରମ କରିପାରିନାହିଁ। ଗତ ଦୁଇ ସଂସ୍କରଣରେ ଗୋକୁଳମ ଟୁର୍ନାମେଣ୍ଟରେ ଗୋଟିଏ ବି ମ୍ୟାଚ୍‌ ନ ଜିତି ଅଭିଯାନ ଶେଷ କରିଥିଲା। ସୋମବାର ପଞ୍ଜାବ ଏଫ୍‌ସିକୁ ଆୟୋଜକ ଘରୋଇ ଫେଭରାଇଟ ଓଡ଼ିଶା ଏଫ୍‌ସି ଭେଟିବ। ୨୦୨୩ ସଂସ୍କରଣର ଚାମ୍ପିୟନ ଓ ୨୦୨୪ ସଂସ୍କରଣର ରନରଅପ୍‌ ଓଡ଼ିଶା ଏଫ୍‌ସି ଲାଗି ଏହା ଫେଭରାଇଟ ଟୁର୍ନାମେଣ୍ଟ। ୨୦୨୩ରେ ପଦାର୍ପଣ କରିଥିବା ପଞ୍ଜାବ ଏଫ୍‌ସି ଏପର୍ଯ୍ୟନ୍ତ କଦାପି ଗ୍ରୁପ୍‌ ପର୍ଯ୍ୟାୟ ଅତିକ୍ରମ କରିପାରିନାହିଁ। ଏଫ୍‌ସି ଓ ଇଣ୍ଟର କାଶି ଆସନ୍ତା ୨୩ ତାରିଖରେ ପରସ୍ପରକୁ ଭେଟିବେ। ଏହି ଦୁଇ ଦଳ ଗତ ଦୁଇ ସଂସ୍କରଣରେ ତୃତୀୟଥର ପାଇଁ ମୁହଁାମୁହିଁ ହେବାକୁ ଯାଉଛନ୍ତି। ଆଇଏସ୍‌ଏଲ୍‌ ଫାଇନାଲରେ ପରାଜିତ ହୋଇଥିବା ବେଙ୍ଗାଲୁରୁ ଏଫ୍‌ସି ଟୁର୍ନାମେଣ୍ଟକୁ ଦ୍ୱିତୀୟଥର ଜିତିବା ଲକ୍ଷ୍ୟରେ ରହିଛି। ଦଳ ଉଦ୍‌ଘାଟନୀ ୨୦୧୮ ସଂସ୍କରଣରେ ଚାମ୍ପିୟନ ହୋଇଥିଲା।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri