Categories: ବାଣିଜ୍ୟ

ଟାଟା ଷ୍ଟିଲ୍‌ ମାଇନିଂକୁ କଳିଙ୍ଗ ସିଏସ୍‌ଆର୍‌ ପୁରସ୍କାର

ଭୁବନେଶ୍ୱର,୧।୪: ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ଏଣ୍ଟରପ୍ରାଇଜ୍‌ ହାଇଦ୍ରାବାଦର ଏକ ପ୍ରମୁଖ ସହଯୋଗୀ ସଂସ୍ଥା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କ୍ୱାଲିଟି ଆଣ୍ଡ୍‌ ଏନ୍‌ଭାଇରନମେଣ୍ଟ ମ୍ୟାନେଜ୍‌ମେଣ୍ଟ ସର୍ଭିସେସ୍‌ (ଆଇକ୍ୟୁଇଏମ୍‌ଏସ୍‌) ଓ ଓଡ଼ିଶା ରାଜ୍ୟ ଉତ୍ପାଦିକତା ପରିଷଦର ମିଳିତ ସହଯୋଗରେ ଶୁକ୍ରବାର ଏକ ଦିନିକିଆ କର୍ମଶାଳା ‘ସାମାଜିକ ଦାୟିତ୍ୱବୋଧ ପ୍ରୟାସ-୨୦୨୩’ର ଆୟୋଜନ କରାଯାଇଥିଲା। ବିଶେଷକରି କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଅଭିଯାନ-୨୦୨୩ର ଉକ୍ତ ଆଲୋଚନାଚକ୍ର ଅବସରରେ ଟାଟା ଷ୍ଟିଲ୍‌ ମାଇନିଂକୁ ସମ୍ମାନଜନକ ‘କଳିଙ୍ଗ ସିଏସ୍‌ଆର୍‌ ପୁରସ୍କାର-୨୦୨୨’ ପ୍ରଦାନ କରାଯାଇଛି। ଏପରିକି ଟାଟା ଷ୍ଟିଲ୍‌ ମାଇନିଂର ଉଲ୍ଲେଖନୀୟ ସିଏସ୍‌ଆର୍‌ ପଦକ୍ଷେପ ଓ ସିଏସ୍‌ଆର୍‌ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ପାଇଁ ଗ୍ରହଣ କରାଯାଇଥିବା ଶ୍ରେଷ୍ଠ ପ୍ରଥାକୁ ବିଚାରକୁ ନେଇ କମ୍ପାନୀକୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି। ଏ ସର୍ମ୍ପକରେ ଟାଟା ଷ୍ଟିଲ୍‌ ମାଇନିଂର ପରିଚାଳନା ନିର୍ଦେଶକ ପଙ୍କଜ ସତିଜା କହିଛନ୍ତି, ବିଭିନ୍ନ ସିଏସ୍‌ଆର୍‌ ପଦକ୍ଷେପ ପାଇଁ ସମ୍ମାନଜନକ କଳିଙ୍ଗ ସିଏସ୍‌ଆର୍‌ ପୁରସ୍କାର ହାସଲ କରିବା ଆମ ପାଇଁ ନିଶ୍ଚିତ ଭାବେ ଏକ ଖୁସିର ବିଷୟ। ଆମ କାର୍ଯ୍ୟକ୍ଷେତ୍ର ପାରିପାର୍ଶ୍ୱିକ ସମାଜର ଗୁଣାତ୍ମକ ଜୀବନରେ ଉନ୍ନତି ଆଣିବା ପାଇଁ ଆମ ଅଦମ୍ୟ ପ୍ରତିବଦ୍ଧତା ହଁି ଆମକୁ ଏ ଦିଗରେ ଆଗକୁ ବଢି଼ବାକୁ ଶକ୍ତି ଯୋଗାଉଛି। ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କଠାରୁ ଟାଟା ଷ୍ଟିଲ୍‌ ମାଇନିଂର ବରିଷ୍ଠ ମହାପ୍ରବନ୍ଧକ ସୁଶାନ୍ତ କୁମାର ମିଶ୍ର ଉକ୍ତ ପୁରସ୍କାର ଗ୍ରହଣ କରୁଛନ୍ତି।

Share