କାଲକାଠ ବାବା ଫୁଟବଲ୍‌ ଟୁର୍ନାମେଣ୍ଟ: ସରତଳା ଟିମ୍‌ ଚାମ୍ପିୟନ

ଦେବଗଡ,୧୯ା୧ (ଡ଼ି.ଏନ୍‌.ଏ.) -ଦେବଗଡ଼ ଜିଲା ବାରକୋଟ ବ୍ଲକ କାଲକାଠ ବାବା କ୍ଲବ ଆନୁକୂଲ୍ୟରେ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଏହି ଫୁଟବଲ ମ୍ୟାଚରେ ୮ଟି ଟିମ୍‌ ଅଂଶଗ୍ରହଣ କରିଥିଲେ। ସୋମବାର ଉଦ୍‌ଯାପନୀ ଦିବସରେ ଫାଇନାଲ ମ୍ୟାଚ୍‌ ଦେବଗଡ଼ ସରତଳା ଓ କାଲକାଠ ଟିମ୍‌ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ସରତଳା ଟିମ୍‌ ୨-୦ ଗୋଲରେ କାଲକାଠ ଟିମ୍‌କୁ ପରାସ୍ତ କରି ଚାମ୍ପିୟନ୍‌ ହୋଇଥିଲା ା ଏହି ଅବସରରେ ମୁଖ୍ୟ ଅତିଥିଭାବେ ଭାଜପା ପୂର୍ବତନ ଜିଲା ସଭାପତି ଅରୁଣ କୁମାର ସାହୁ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ବିଜୟୀ ଦଳକୁ ପୁରଷ୍କାର ପ୍ରଦାନ କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ଏମ୍‌ପି ପ୍ରତିନିଧି ଯୋଗେଶ ପ୍ରଧାନ, ବସାଲଇ ଗ୍ରାମ ସରପଞ୍ଚ ଦିଲୀପ ପଟ୍ଟନାୟକ, ସମିତି ସଭ୍ୟ ଭୁବନେଶ୍ୱର କୁମାର ପ୍ରଧାନ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ରେଫରୀ ପ୍ରଦୀପ ସାହୁ ଓ ପୁରୁଷୋତ୍ତମ ସାହୁ ଖେଳ ପରିଚାଳନା କରିଥିଲେ। ଡ଼ମ୍ବରୁଧର ଠାକୁର ଧାରାବିବରଣୀ ପ୍ରଦାନ କରିଥିଲେ। କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Share