‘ଜଓ୍ବାନ’କୁ ପଛରେ ପକାଇଲା ‘କଳ୍‌କୀ ୨୮୯୮ ଏଡି’

ମୁମ୍ବାଇ: ନାଗ୍‌ ଅଶ୍ୱିନ୍‌ଙ୍କ ନିର୍ଦ୍ଦେଶିତ ‘କଳ୍‌କୀ ୨୮୯୮ ଏଡି’ ଗତ ଜୁନ ୨୭ରେ ମୁକ୍ତିଲାଭ କରିଥିଲା, ଯାହା ଏବେ ଅନେକ ରେକର୍ଡ ଭାଙ୍ଗିପାରିଛି। ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ, ଦିଶା ପଟାନି ଓ କମଲ ହାସନଙ୍କ ଅଭିନୀତ ଏହି ଫିଲ୍ମ ରିଲିଜ୍‌ ହେବାର ମାତ୍ର ୧୧ ଦିନ ମଧ୍ୟରେ ଦେଶବ୍ୟାପୀ ୫୦୦ କୋଟି ଟଙ୍କା ଆୟ କରି ରେକର୍ଡ ସୃଷ୍ଟି କରିପାରିଛି। ‘ବାହୁବଳୀ ୨’, ‘କେଜିଏଫ୍‌ ୨’ ଓ ଆର୍‌ଆର୍‌ଆର୍‌ ପରେ ୫୦୦ କୋଟି କ୍ଲବ୍‌ରେ ପ୍ରବେଶ କରିବାରେ ‘କଳ୍‌କୀ ୨୮୯୮ ଏଡି’ ଚତୁର୍ଥ ଭାରତୀୟ ଦ୍ରୁତତମ ଚଳଚ୍ଚିତ୍ର ହୋଇପାରିଛି। ପୂର୍ବରୁ ‘ବାହୁବଳୀ ୨’ ମାତ୍ର ୭ ଦିନରେ ୫୦୦ କୋଟି କ୍ଲବ୍‌ରେ ପହଞ୍ଚିଥିବାବେଳେ ଉଭୟ ‘କେଜିଏଫ୍‌ ୨’ ଓ ଆର୍‌ଆର୍‌ଆର୍‌ ମାତ୍ର ୮ ଦିନରେ ଦେଶବ୍ୟାପୀ ୫୦୦ କୋଟିର ବ୍ୟବସାୟ କରିପାରିଥିଲେ। ତେବେ ଶାହରୁଖ୍‌ ଖାନ୍‌ଙ୍କ ‘ଜଓ୍ବାନ’ ଫିଲ୍ମ ୧୩ ଦିନ ଓ ରଣବୀର କପୁରଙ୍କ ‘ଆନିମଲ’ ଫିଲ୍ମ ୧୬ ଦିନ ମଧ୍ୟରେ ଦେଶବ୍ୟାପୀ ୫୦୦ କୋଟି ଟଙ୍କା ଆୟ କରିଥିବାବେଳେ ଏବେ ଏହି ୨ ଫିଲ୍ମର ରେକର୍ଡକୁ ‘କଳ୍‌କୀ ୨୮୯୮ ଏଡି’ ଭାଙ୍ଗିବାରେ ସଫଳ ହୋଇଛି।
ରବିବାର ରିଲିଜ୍‌ ହେବାର ୧୧ ତମ ଦିନରେ ଏହି ଫିଲ୍ମ ୪୪.୩ କୋଟି ଟଙ୍କାର ବ୍ୟବସାୟ କରିବା ସହ ଭାରତରେ ଏହାର ସମୁଦାୟ ବକ୍ସ ଅଫିସ କଲେକ୍ସନ ୫୧୦ କୋଟିରେ ପହଞ୍ଚିଛି। ସେହିପରି ରବିବାର ସୁଦ୍ଧା ‘କଳ୍‌କୀ ୨୮୯୮ ଏଡି’ ଫିଲ୍ମ ବିଶ୍ୱବ୍ୟାପୀ ୯୧୦ କୋଟି ଟଙ୍କା ସଂଗ୍ରହ କରିଛି। ତେବେ ଏହି ଫିଲ୍ମର ସିକ୍ୱେଲ ୩ ବର୍ଷ ପରେ ରିଲିଜ୍‌ ହେବ ବୋଲି ଫିଲ୍ମ ନିର୍ମାତାଙ୍କ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

ଟିଭି ଇଣ୍ଡଷ୍ଟ୍ରିରେ ନିୟାଙ୍କ ୧୪ ବର୍ଷ

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଖୁଣ ଅଭିନୟ କରି ଲଗାତର ଭାବେ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ନିୟା ଶର୍ମା ଅନ୍ୟତମ। ବହୁ ସଂଘର୍ଷ...

ଇନ୍‌ଷ୍ଟାଗ୍ରାମ ବାୟୋ ପରିବର୍ତ୍ତନ କଲେ ଦୀପିକା, ପୋଷ୍ଟରେ ଲେଖିଲେ ଏମିତି…

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଛି। ସେପ୍ଟେମ୍ବର ୮ରେ ଦୀପିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ, ଯାହା ବିଷୟରେ...

ଫିଲ୍ମ ଦୁନିଆରୁ ସନ୍ୟାସ ଘୋଷଣା କଲେ ସାଉଥ ସୁପରଷ୍ଟାର ଥାଲାପତି ବିଜୟ

ମୁମ୍ବାଇ: ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପତି ବିଜୟ ଆଉ ଫିଲ୍ମରେ ଦେଖାଯିବେ ନାହିଁ। ଅଭିନେତା ଫିଲ୍ମରୁ ସନ୍ୟାସ ନେବାକୁ ମନସ୍ଥ କରିଛନ୍ତି। ନିଜ ପ୍ରଡକ୍ସନ...

ଓଡ଼ିଆ ସିନେମାର ୭ ଏଭର ଗ୍ରିନ୍‌ ଗୀତ ଶୁଣିଲେ ଆଜି ବି ହେବେ ଗୁଣୁଗୁଣୁ, ଜାଣନ୍ତୁ…

୧୯୬୩ରୁ ଆରମ୍ଭ ହୋଇଛି ଓଡ଼ିଆ ସିନେମା ନିର୍ମାଣର ଧାରା, ଯେଉଁ ଧାରାକୁଅଧିକ ଲୋକପ୍ରିୟ କରାଇଛି ଏହାର ଗୀତ। କିଏ ସିନେମା ଦେଖନ୍ତୁ ବା ନ ଦେଖନ୍ତୁ,...

‘ବିଶ୍ୱ ଖରାପ ଥିଲା, ଆମେ ବି…’, ନିଜ ସମ୍ପର୍କରେ ଏମିତି କ’ଣ କହିଲେ କଙ୍ଗନା ଯାହାକୁ ନେଇ…

ମୁମ୍ବାଇ,୧୨।୯: ମୁଁ ବହୁତ କମ ବୟସରେ ଘର ଛାଡିଥିଲି। ଏହି ବୟସରେ ମୋର ସେହି ବୟସ ଆଉ ଅଧିକ ମନେ ନାହିଁ। କିନ୍ତୁ ଅନେକ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri