ଗୋରା ରଙ୍ଗ ଯୋଗୁ ମିଳେନି କାମ, କହିଲେ ବଲିଉଡର ଏହି ଅଭିନେତ୍ରୀ

ମୁମ୍ବାଇ: ‘ୟେ ଜୱାନୀ ହେ ଦିୱାନୀ’, ‘ଜିନ୍ଦେଗି ନା ମିଲେଗା ଦୋବାରା’, ‘ଦେବ ଡି’ ଭଳି ବଲିଉଡ ଫିଲ୍ମରେ ନିଜର ଜଲଓ୍ବା ଦେଖାଇ ସାରିଛନ୍ତି ଅଭିନେତ୍ରୀ କାଲକି କୋଇଚ୍ଲିନ। ସେ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। କାରଣ ସେ ଚାରି ବର୍ଷ ପରେ ବଡ ପରଦାକୁ ଫେରିବାକୁ ଯାଉଛନ୍ତି। ଦୀପ୍ତି ନାଭାଲଙ୍କ ସହ ଫିଲ୍ମ ’ଗୋଲ୍ଡଫିସ’ରେ ନଜର ଆସିବେ। ଗୋଟିଏ ପଟେ ଫିଲ୍ମକୁ ନେଇ ସେ ଲାଇମଲାଇଟରେ ଚର୍ଚ୍ଚାରେ ଥିବାବେଳେ ଅନ୍ୟ ପଟେ ନିଜର ଖୋଲାକଥା ପାଇଁ ଲାଇମଲାଇଟରେ ଥା’ନ୍ତି। ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ’ଗୋଲ୍ଡଫିସ’ର ପ୍ରମୋସନ କରୁଥିବା ବେଳେ କାଲକି ତାଙ୍କ ଦେହ ରଙ୍ଗକୁ ନେଇ ବଲିଉଡରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ପ୍ରକାଶ କରିଛନ୍ତି।

ଅଭିନେତ୍ରୀ କାଲକି ନିଜ ଗୋରା ରଙ୍ଗ ପାଇଁ ଇଣ୍ଡଷ୍ଟ୍ରିରେ ବହୁ ଅସୁବିଧାର ସମ୍ମୁଖିନ ହୁଅନ୍ତି। ଏହି କଥା ଆଶ୍ଚର୍ଯ୍ୟ ଲାଗିଥାଇ ପାରେ। ହେଲେ ସେ କୁହନ୍ତି, ଇଣ୍ଡଷ୍ଟ୍ରିରେ ମୋ ଭଳି ଖୁବ୍‌ କମ୍‌ ଏପରି ସମସ୍ୟାରେ ପଡନ୍ତି। କିନ୍ତୁ ଏହା ମୋ ସହିତ ଘଟିଛି କାରଣ ମୁଁ ଅଧା ଭାରତୀୟ ଏବଂ ଅଧା ବ୍ରିଟିଶ। ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ମୋର ଏଇ ଗୋରା ରଙ୍ଗ ଭାରତୀୟ ଅଭିନେତ୍ରୀ ସମସ୍କନ୍ଦ ହୁଏ ନାହିଁ।

Share