Categories: ବାଣିଜ୍ୟ

କ୍ୟାଣ୍ଡିୟରକୁ ଅଧିଗ୍ରହଣ କଲା କଲ୍ୟାଣ

ଭୁବନେଶ୍ୱର,୬।୬:ଦେଶର ପ୍ରମୁଖ ଘରୋଇ ଇ-କମର୍ସ ସଂସ୍ଥା ‘କ୍ୟାଣ୍ଡିୟର’କୁ ନିକଟରେ କଲ୍ୟାଣ ଜୁଏଲର୍ସ ଇଣ୍ଡିଆ ଲିମିଟେଡ୍‌ ସମ୍ପୂର୍ଣ୍ଣ ରୂପେ ଅଧିଗ୍ରହଣ କରିଛି। ଏପରିକି କ୍ୟାଣ୍ଡିୟରର ବଳକା ୧୫% ଅଂଶଧନ କିଣିବା ଲାଗି କମ୍ପାନୀ କ୍ୟାଣ୍ଡିୟର ଡଟ୍‌ କମ୍‌ (ଇନୋଭେଟ୍‌ ଲାଇଫ୍‌ଷ୍ଟାଇଲ ପ୍ରାଇଭେଟ୍‌ ଲିମିଡେ୍‌)ର ପ୍ରତିଷ୍ଠାତା ରୂପେଶ ଜୈନଙ୍କ ସହ ନିର୍ଦ୍ଦିଷ୍ଟ ଚୁକ୍ତି ସ୍ବାକ୍ଷର ହୋଇଛି। ଏହି କାରବାର ୪୨ କୋଟି ଟଙ୍କାରେ ହୋଇଥିବାବେଳେ କ୍ୟାଣ୍ଡିୟର ବର୍ତ୍ତମାନ କଲ୍ୟାଣ ଜୁଏଲର୍ସର ସମ୍ପୂର୍ଣ୍ଣ ସହାୟକ ସଂସ୍ଥାରେ ପରିଣତ ହୋଇସାରିଛି। ୨୦୧୭ରେ କ୍ୟାଣ୍ଡିୟରର ସିଂହଭାଗ ଅଂଶଧନକୁ କିଣି କଲ୍ୟାଣ ଜୁଏଲର୍ସ ଇ-କମର୍ସ ବଜାରରେ ପ୍ରବେଶ କରିଥିଲା। ଏପରିକି ୨୦୨୩-୨୪ବର୍ଷରେ କ୍ୟାଣ୍ଡିୟର ୧୩୦.୩ କୋଟି ଟଙ୍କାର ଲାଭ କରିଛି।

କଲ୍ୟାଣ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଟି.ଏସ୍‌. କଲ୍ୟାଣରମଣ କହିଛନ୍ତି, ଆମେ ଗ୍ରାହକଙ୍କ ବିକଶିତ ଆବଶ୍ୟକତା ପ୍ରତି ଚତୁର ରହି ଆକାର ଏବଂ ବ୍ୟାପକତା ସହ ଏକ ହାଇପର-ଲୋକାଲ ଉପଭୋକ୍ତା ବ୍ରାଣ୍ଡ୍‌ ବିକଶିତ କରିବାର ଦକ୍ଷତା ପ୍ରଦର୍ଶନ କରିଥାଉ। ଏପରିକି କ୍ୟାଣ୍ଡିୟର ସହ ଆମେ ଅଳଙ୍କାର ଶିଳ୍ପ ମଧ୍ୟରେ ଏକ ଉଦୀୟମାନ ବଜାର ବିଭାଗ ଅନୁସନ୍ଧାନ କରିବାକୁ ଉତ୍ସାହିତ ଥିବାବେଳେ ହାଲୁକା ଫ୍ୟାଶନ-ଫର୍‌ୱାର୍ଡ ଏବଂ ସାର୍ବଜନୀନ ଆକର୍ଷଣୀୟ ଡିଜାଇନ ଉପରେ ମଧ୍ୟ ଧ୍ୟାନ ଦେଉଛୁ।

Share