Categories: ବାଣିଜ୍ୟ

ରାଉରକେଲାରେ କଲ୍ୟାଣ ଜୁଏଲର୍ସ ଉଦ୍‌ଘାଟିତ

ଭୁବନେଶ୍ୱର/ରାଉରକେଲା ଅଫିସ,୧୯।୪: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସର ଓଡ଼ିିଶା ୟୁନିଟ୍‌ ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ରାଉରକେଲା ସିଭିଲ ଟାଉନଶିପ ପାନପୋଷ ରୋଡ୍‌ର ନେକ୍ସା ବିଲ୍‌ଡିଂ ପରିସରରେ କଲ୍ୟାଣ ଜୁଏଲର୍ସର ଉକ୍ତ ଷ୍ଟୋର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ବଲିଉଡ୍‌ ଅଭିନେତା ରଣବୀର କପୁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। କଲ୍ୟାଣ ଜୁଏଲର୍ସର ସିଇଓ ସଞ୍ଜୟ ରଘୁମଣିଙ୍କ ସମେତ ବ୍ରାଣ୍ଡ୍‌ର ବହୁ ବରିଷ୍ଠ ଅଧିକାରୀ ଏବଂ ଷ୍ଟୋର କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଏ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣରମ କହିଛନ୍ତି, ଓଡ଼ିଶା ବଜାରରେ ଆମେ ୮ ବର୍ଷ ପୂରଣ କରିଥିବା ବେଳେ ବର୍ତ୍ତମାନ ଆମେ ରାଜ୍ୟର ପ୍ରମୁଖ ସହର ରାଉରକେଲାଠାରେ ମଧ୍ୟ ଏକ ନୂତନ ଷ୍ଟୋର ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣାକରି ବେଶ୍‌ ଆନନ୍ଦିତ। କଲ୍ୟାଣ ଜୁଏଲର୍ସ ପାଇଁ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର ହୋଇଥିବା ବେଳେ ଉକ୍ତ ଅଞ୍ଚଳରେ ଆମର ନୂତନ ନିବେଶ ବ୍ରାଣ୍ଡ୍‌ର ଉପସ୍ଥିତିକୁ ଆହୁରି ବଢ଼ାଇବା ପାଇଁ ରହିଥିବା ଆମ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଉଲ୍ଲେଖଯୋଗ୍ୟ ରାଉରକେଲା ସହରରେ କଲ୍ୟାଣ ଜୁଏଲର୍ସର ଏହା ପ୍ରଥମ ଷ୍ଟୋର ହୋଇଥିବା ବେଳେ ଓଡିଶା ବଜାରରେ ୩ୟ ଷ୍ଟୋର (ଶୋ’ରୁମ୍‌) ବୋଲି କଲ୍ୟାଣ ଜୁଏଲର୍ସ ପକ୍ଷରୁ କୁହାଯାଇଛି।

 

Share