Categories: ବାଣିଜ୍ୟ

ପଟିଆ ଛକରେ କଲ୍ୟାଣ ଜୁଏଲର୍ସ

ଭୁବନେଶ୍ୱର,୨୧।୪: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଶୁକ୍ରବାର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ ହେବାକୁ ଯାଉଛି। ବିଶେଷକରି ଭୁବନେଶ୍ୱରର ପଟିଆ ଛକରେ ଉକ୍ତ ଷ୍ଟୋର ଖୋଲିବାକୁ ଯାଉଛି। ଭୁବନେଶ୍ୱରରେ ଏହା ୨ୟ ଆଉଟ୍‌ଲେଟ୍‌ ହୋଇଥିବା ବେଳେ ଓଡ଼ିଶା ବଜାରରେ ପ୍ରତିଷ୍ଠାନର ୪ର୍ଥ ଆଉଟ୍‌ଲେଟ୍‌ ବୋଲି କଲ୍ୟାଣ ଜୁଏଲର୍ସ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଉକ୍ତ ଆଉଟ୍‌ଲେଟ୍‌ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣ ରମଣ କହିଛନ୍ତି, ଓଡ଼ିଶା ବଜାରରେ ଆମେ ୮ମ ବର୍ଷ ପାଳନ କରୁଥିବା ବେଳେ ଭୁବନେଶ୍ୱରରେ ବ୍ରାଣ୍ଡ୍‌ର ୨ୟ ଶୋ’ରୁମ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣାକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ସ୍ମାର୍ଟସିଟି ଭୁବନେଶ୍ୱର ସହରର ଗ୍ରାହକମାନଙ୍କ ନିକଟତର ହେବାକୁ ସହରର ପ୍ରମୁଖ ଅଞ୍ଚଳ ପଟିଆରେ ବ୍ରାଣ୍ଡ୍‌ର ୨ୟ ଶୋ’ରୁମ୍‌ ଖୋଲିବାକୁ ଯାଉଛୁ। ଏପରିକି ଉକ୍ତ ଅଞ୍ଚଳ ଓ ସହରବାସୀଙ୍କ ପାଇଁ ଏହି ଶୋ’ରୁମ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଆମେ ଆଶାବ୍ୟକ୍ତ କରୁଛୁ। ଏହି ଅଞ୍ଚଳରେ ଆମର ରହିଥିବା ଦୃଢ଼ ମୂଳଦୁଆ ଅନୁସାରେ ଆମେ ଅଭିବୃଦ୍ଧି ଧାରା ବଜାୟ ରଖିବାକୁ ଆଶାବାଦୀ ଅଛୁ। ସେହିଭଳି ବିଶ୍ୱଶ୍ରେଣୀର ପରିବେଶରେ ଗଢି ଉଠିଥିବା ଉକ୍ତ ଷ୍ଟୋରରେ ବ୍ରାଣ୍ଡ୍‌ର ବ୍ୟାପକ ଶ୍ରେଣୀର ଡିଜାଇନ୍‌ ଉପଲବ୍ଧ। ଏପରିକି ବଜାରରେ ସର୍ବନିମ୍ନ ଓ କମ୍ପାନୀର ସବୁ ଶୋ’ରୁମ୍‌ରେ ସମାନ ଥିବା ‘କଲ୍ୟାଣ ସ୍ପେସିଆଲ୍‌ ଗୋଲ୍‌ଡ ବୋର୍ଡ ରେଟ୍‌’ ପ୍ରଯୁଜ୍ୟ ହେବ। ଯାହା ନିରବଚ୍ଛିନ୍ନ ଓ ସେବା ଭିତ୍ତିକ ଶପିଙ୍ଗ୍‌ ଅନୁଭୂତିକୁ ନିଶ୍ଚିତ କରିବ। ଶୋ’ରୁମର ଶୁଭାରମ୍ଭ ଉତ୍ସବକୁ ପାଳନ କରିବା ଲାଗି କଲ୍ୟାଣ ଜୁଏଲର୍ସ ପକ୍ଷରୁ ସର୍ବନିମ୍ନ ୧ ଲକ୍ଷ ଟଙ୍କାର ଶପିଙ୍ଗ୍‌ ଉପରେ ଅଧା କିଣା ମୂଲ୍ୟ ଉପରେ ଶୂନ ଗଢ଼ା ମୂଲ୍ୟ ଭଳି ସ୍ବତନ୍ତ୍ର ସୁବିଧା ଗ୍ରାହକଙ୍କୁ ପ୍ରଦାନ କରାଯାଉଛି। ଏହି ଅଫର ସୀମିତ ସମୟ ପାଇଁ ଉପଲବ୍ଧ। କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ୍‌ ହଲ୍‌ମାର୍କର ଏବଂ ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତି କରିଥାଏ। ବିଶେଷ କରି ଗ୍ରାହକମାନେ କଲ୍ୟାଣ ଜୁଏଲର୍ସର ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍‌ ମଧ୍ୟ ପାଇବେ। ଯାହା ଶୁଦ୍ଧତା, ଗହଣାର ଜୀବନବ୍ୟାପୀ ମରାମତି, ସମ୍ପୂର୍ଣ୍ଣ ଉପତ୍ାଦ ବିବରଣୀ ଏବଂ ଏକ୍ସଚେଞ୍ଚ ଓ ବାଏ ବ୍ୟାକ୍‌ ନୀତିରେ ସ୍ବଚ୍ଛତା ଆଦିର ଗ୍ୟାରେଣ୍ଟି ପ୍ରଦାନ କରୁଛି। ଏପରିକି ବିଶ୍ୱାସନୀୟ ଗ୍ରାହକମାନଙ୍କୁ ଶ୍ରେଷ୍ଠତା ପ୍ରଦାନ କରିବା ଲାଗି ଏହି ସାର୍ଟିଫିକେଟ୍‌ ହେଉଛି ବ୍ରାଣ୍ଡ୍‌ର ରହିଥିବା ପ୍ରତିବଦ୍ଧତାର ଏକ ଅଂଶ ବୋଲି କୁହାଯାଉଛି। ଏଠାରେ କଲ୍ୟାଣ ଜୁଏଲର୍ସର ଲୋକପ୍ରିୟ ବ୍ରାଣ୍ଡ୍‌ ଲିଲା-ହୀରା ଓ ସେମି-ପ୍ରିସିଅସ୍‌ ଷ୍ଟୋନ ଗହଣା, ତେଜସ୍ବୀ-ପୋଲକି ଗହଣା, ମୁନ୍ଧ୍ରା-ହାତ ତିଆରି ଆଣ୍ଟିକ୍‌ ଗହଣା, ନିମାହ-ମନ୍ଦିର ଗହଣା, ଗ୍ଲୋ-ଡ୍ୟାନ୍‌ସିଂ ହୀରା, ଜିଆ-ସୋଲିଟାୟାର ଭଳି ହୀରା ଗହଣା, ଅନୋଖି-ଅନକଟ ହୀରା, ଅପୂର୍ବା-ସ୍ବତନ୍ତ୍ର ଅବସର ପାଇଁ ହୀରା, ମୁହୁରତ-ବିବାହ ଗହଣା, ରଙ୍ଗ-ପ୍ରିସିଅସ୍‌ ଷ୍ଟୋନ୍‌ ଗହଣା ଆଦି ଉପଲବ୍ଧ ।

Share