ମାଷ୍ଟର କ୍ୟାଣ୍ଟିନ୍‌ରେ କଲ୍ୟାଣ ଜୁଏଲର୍ସର ନୂତନ ଶୋ’ ରୁମ୍‌

ଭୁବନେଶ୍ୱର,୨୫।୯: (ଅଭୟ ଦାଶ): କଲ୍ୟାଣ ଜୁଏଲର୍ସର ନୂତନ ଶୋ’ ରୁମ୍‌ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍‌ଠାରେ ରବିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବଲିଉଡ୍‌ ଅଭିନେତ୍ରୀ ଜାହ୍ମବୀ କପୁର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣ ଜୁଏଲର୍ସର ସିଇଓ ସଞ୍ଜୟ ରଘୁରମଣଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଓଡ଼ିଶା ବଜାରରେ କଲ୍ୟାଣର ଏହା ୫ମ ଶୋ’ ରୁମ୍‌ ହୋଇଥିବାବେଳେ ଏହା ପୂର୍ବରୁ ଭୁବନେଶ୍ୱରର ବାଣୀବିହାର ଓ ପଟିଆ ସମେତ ରାଉରକେଲା ଏବଂ ବ୍ରହ୍ମପୁରଠାରେ ମଧ୍ୟ ଆଉଟ୍‌ଲେଟ ରହିଛି।
ଏ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣରମଣ କହିଛନ୍ତି, ଗ୍ରାହକଙ୍କ ଶପିଂ ଅନୁଭୂତିରେ ଉନ୍ନତି ଆଣିବା ପାଇଁ ଏକ ସାମଗ୍ରିକ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ କମ୍ପାନି ଏକ ବଡ଼ ମାଇଲଖୁଣ୍ଟ ହାସଲ କରିବା ସହ ବଡ଼ ପଦକ୍ଷେପ ଗ୍ରହଣ କରିଛ। ଭୁବନେଶ୍ୱରରେ ଆମର ତୃତୀୟ ଶୋ’ ରୁମ୍‌ର ଶୁଭାରମ୍ଭ କରି ଆମେ ବେଶ୍‌ ଆନନ୍ଦିତ। ଆମେ ଆମ ଅଭିବୃଦ୍ଧି ଯାତ୍ରାର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ କରିଥିବା ବେଳେ ଏହି ଅଞ୍ଚଳରେ ଆମ ଉପସ୍ଥିତିର ସମ୍ପ୍ରସାରଣ କରୁଛୁ।

ଗ୍ରାହକମାନଙ୍କୁ ଶ୍ରେଷ୍ଠ ମାନର ଅନୁଭୂତି ପ୍ରଦାନ କରିବା ସହିତ ବିଶ୍ୱାସ ଓ ସ୍ବଚ୍ଛତାର କମ୍ପାନିର ଯେଉଁ ମୂଲ୍ୟବୋଧ ରହିଛି, ତାହାକୁ ଆସୁଥିବା ସମୟରେ ମଧ୍ୟ ପାଳନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ। ଉଲ୍ଲେଖଯୋଗ୍ୟ, ଏହି ନୂତନ ଶୋ’ ରୁମ୍‌ର ଶୁଭାରମ୍ଭ ଉତ୍ସବକୁ ପାଳନ କରିବା ଲାଗି ସର୍ବନିମ୍ନ ୧ ଲକ୍ଷ ଟଙ୍କାର ଶପିଂ ଉପରେ ଗ୍ରାହକଙ୍କୁ କିଣା ମୂଲ୍ୟର ଅଧା ଦାମ୍‌ରେ ୦% ଗଢ଼ା ମୂଲ୍ୟ ଅଫର ପ୍ରଦାନ କରାଯାଉଛି। ଏହି ଅଫର ୨୦୨୩ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ବୈଧ ରହିଛି। କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ୍‌ ହଲ୍‌ମାର୍କ ଏବଂ ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତି କରିଥାଏ। ଏପରିକି ଗ୍ରାହକମାନେ କଲ୍ୟାଣ ଜୁଏଲର୍ସର ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍‌ ସହ ଶୁଦ୍ଧତା, ଗହଣାର ଜୀବନବ୍ୟାପୀ ମରାମତି, ସମ୍ପୂର୍ଣ୍ଣ ଉପତ୍ାଦ ବିବରଣୀ ଏବଂ ଏକ୍ସଚେଞ୍ଜ ଓ ବାଏ ବ୍ୟାକ୍‌ ନୀତିରେ ସ୍ବଚ୍ଛତା ଆଦିର ଗ୍ୟାରେଣ୍ଟି ପ୍ରଦାନ କରୁଛି।

ଏଠାରେ କଲ୍ୟାଣର ଲୋକପ୍ରିୟ ବ୍ରାଣ୍ଡ୍‌ ତେଜସ୍ବୀ (ପୋଲକି ଗହଣା), ମୁଦ୍ଧରା (ହାତ ତିଆରି ଆଣ୍ଟିକ୍‌ ଗହଣା), ନିମାହ (ମନ୍ଦିର ଗହଣା), ଗ୍ଲୋ (ଡ୍ୟାନ୍‌ସିଂ ହୀରା), ଜିଆ (ସୋଲିଟାୟାର ଭଳି ହୀରା ଗହଣା), ଅନୋଖି (ଅନକଟ ହୀରା), ଅପୂର୍ବା (ସ୍ବତନ୍ତ୍ର ଅବସର ପାଇଁ ହୀରା), ଅନ୍ତରା (ବିବାହ ଅବସର ପାଇଁ ହୀରା), ରଙ୍ଗ (ପ୍ରିସିଅସ୍‌ ଷ୍ଟୋନ୍‌ ଗହଣା) ଏବଂ ନିକଟରେ ଉନ୍ମୋଚନ ହୋଇଥିବା ଲିଲା (କଲର୍‌ ଷ୍ଟୋନ ଓ ହୀରା ଗହଣା) ଆଦି ରହିବ। ସେହିଭଳି କମ୍ପାନିର ସମସ୍ତ ଶୋ’ରୁମ୍‌ରେ ସମାନ ଥିବା ‘କଲ୍ୟାଣ ସ୍ପେଶିଆଲ ଗୋଲ୍ଡ ବୋର୍ଡ ରେଟ୍‌’ ଯାହା ବଜାରରେ ସର୍ବନିମ୍ନ ତାହା ଲାଗୁ ହେବ, ଫଳରେ ଏକ ନିରବଚ୍ଛିନ୍ନ ଓ ସର୍ଭିସ୍‌ ସୁବିଧା ଥିବା ଶପିଂ ଅନୁଭୂତିକୁ ସୁନିଶ୍ଚିତ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri