Categories: ବାଣିଜ୍ୟ

ମାଷ୍ଟର କ୍ୟାଣ୍ଟିନରେ ଖୋଲିବ କଲ୍ୟାଣ ଜୁଏଲର୍ସର ନୂତନ ଶୋ’ରୁମ୍‌

ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସର ନୂତନ ଶୋ’ରୁମ୍‌ ରବିବାର ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହେବାକୁ ଯାଉଛି। ଏ ନେଇ କଲ୍ୟାଣ ଜୁଏଲର୍ସ ପକ୍ଷରୁ ବିସ୍ତୃତ ସୂଚନା ପ୍ରଦାନ ସହ ଓଡ଼ିଶା ବଜାରରେ କାରବାର ସମ୍ପ୍ରସାରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି। ଏପରିକି ୨୦୨୩ ସେପ୍ଟେମ୍ବର ୨୪ (ରବିବାର) ସନ୍ଧ୍ୟା ୫ ଘଟିକାରେ ବଲିଉଡ୍‌ ଅଭିନେତ୍ରୀ ଜାହ୍ମବୀ କପୁର ଏହାକୁ ଉଦ୍‌ଘାଟନ କରିବେ ବୋଲି କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ କଲ୍ୟାଣ ଜୁଏଲର୍ସର ଏହା ୩ୟ ଶୋ’ରୁମ୍‌ ହୋଇଥିବା ବେଳେ ଓଡ଼ିଶା ବଜାରରେ ୫ମ ବୋଲି ସୂଚନା ଦିଆଯାଇଛି। ଏ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣରମଣ କହିଛନ୍ତି, ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ କଲ୍ୟାଣ ଜୁଏଲର୍ସ ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣାକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଉକ୍ତ ଶୋ’ରୁମ୍‌ ଦ୍ୱାରା ମାଷ୍ଟର କ୍ୟାଣ୍ଟିନରେ ଆମ ପୃଷ୍ଠପୋଷକ ଓ ବୃହତ୍‌ ଗ୍ରାହକ ବର୍ଗ ବେଶ୍‌ ଲାଭବାନ ହେବେ। ବିଶେଷକରି ଉକ୍ତ ଅଞ୍ଚଳରେ ଥିବା ଆମର ଦୃଢ଼ ମୂଳଦୁଆ ଓ ଗ୍ରାହକଙ୍କ ଚାହିଦା ଅନୁସାରେ ଆମେ ଆମର ଅଭିବୃଦ୍ଧି ଧାରା ବଢ଼ାଇବାକୁ ଅଭିଳାଷ ରଖିଛୁ। ସେହିଭଳି ବଜାରରେ ଉପସ୍ଥିତି ଦୃଢ଼ କରିବା ଏବଂ ଆମ ଅଭିବୃଦ୍ଧି ଧାରାକୁ ସୁଦୃଢ଼ କରିବା ପାଇଁ ଏହି ନିବେଶ ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି। ଅପରପକ୍ଷରେ ଅଞ୍ଚଳର ରିଟେଲ୍‌ ଉପସ୍ଥିତିର ସମ୍ପ୍ରସାରଣ କରି ବ୍ରାଣ୍ଡ୍‌କୁ ପୃଷ୍ଠପୋଷକମାନଙ୍କ ପାଖରେ ପହଞ୍ଚାଇବା ଏବଂ ଅଭିବୃଦ୍ଧି ଧାରାକୁ ସହଯୋଗ କରିବା ପାଇଁ କମ୍ପାନୀ ରଣନୀତିର ଏକ ଅଂଶ ହେଉଛି, ଭୁବନେଶ୍ୱରରେ ଶୁଭାରମ୍ଭ କରାଯାଇଥିବା ଏହି ଶୋ’ରୁମ୍‌। ଉଲ୍ଲେଖଯୋଗ୍ୟ, କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ୍‌ ହଲ୍‌ମାର୍କର ଏବଂ ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତି କରିଥାଏ।

Share