Categories: ଜାତୀୟ

କଲ୍ୟାଣ ସିଂ ହସ୍ପିଟାଲରେ ଭର୍ତ୍ତି…

ନୂଆଦିଲ୍ଲୀ,୪।୭: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଶନିବାର-ରବିବାର ବିଳମ୍ବିତ ରାତ୍ରରେ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଡ. ରାମମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଲ୍ୟାଣ ସିଂଙ୍କୁ ଦେଖା କରିବା ଲାଗି ହସ୍ପିଟାଲରେ ପହଞ୍ଚିଛନ୍ତି। ମେଡ଼ିସିନ୍‌ ବିଭାଗ ଡାକ୍ତରମାନେ କଲ୍ୟାଣଙ୍କର ଯାଞ୍ଚ୍‌ ଜାରି ରଖିଛନ୍ତି।

Share