ଲକ୍ଷ୍ନୌ,୯ ।୭: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟରେ ବେଳକୁ ବେଳ ଉନ୍ନତି ପରିଲକ୍ଷିତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କୁ ଲକ୍ଷ୍ନୌର ସଞଜୟ ଗାନ୍ଧୀ ଅର୍ୟୁବିଜ୍ଞାନ ସଂସ୍ଥାନ(ଏସ୍ଜିପିଜିଆଇ)ରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କୁ ନେଇ ଆସିଥିବା କିଛି ଭୁଲ ଖବରକୁ ବିଶ୍ୱାସ ନ କରିବାକୁ ତାଙ୍କ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି । କଲ୍ୟାଣ ସିଂଙ୍କ ନାତି ସନ୍ଦିପ ସିଂ କହିଛନ୍ତି ଆପଣମାନଙ୍କୁ ଅନୁରୋଧ ଯେ ମିଛ ଖବର ପ୍ରତି ଧ୍ୟାନ ନ ଦିଅନ୍ତୁ । ଆଦରଣୀୟ ବାବୁଜୀ କଲ୍ୟାଣ ସିଂ ଜି ଏବେ ସୁସ୍ଥ ଅଛନ୍ତି । ଖୁବଶୀଘ୍ର ସେ ଘରକୁ ଫେରିବେ । ଆପଣମାନଙ୍କର ସ୍ନେହ , ଶ୍ରଦ୍ଧା, ଭଳପାଇବା ଓ ଆଶୀର୍ବାଦ ସବୁବେଳେ ସେ କାମନା କରନ୍ତି । ସୂଚନାଯୋଗ୍ୟ, କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟକୁ ନେଇ ସୋସିଆଲ ମିଡିଆରେ ଭୁଲ ଖବର ଦିଆଯାଉଥିବା ବେଏସ୍ ଜିପିଜିଆଇ ପକ୍ଷରୁ ଶୁକ୍ରବାର ସକାଳେ ତାଙ୍କ ସ୍ୱାସ୍ଥ୍ୟ ବୁଲେଟିନ ହସ୍ପିଟାଲ ପକ୍ଷରୁ ଜାରି କରାଗଲା । ଯେଉଁଥିରେ ସେ ସୁସ୍ଥ ଥିବା ଦର୍ଶାଯାଇଛି ।