Categories: ବାଣିଜ୍ୟ

ଦୀପାବଳି ସୁଦ୍ଧା ୩୩ ନୂଆ ଶୋ’ରୁମ୍‌ ଖୋଲିବ କଲ୍ୟାଣ

ଭୁବନେଶ୍ୱର,୧୧।୧୦: ଚଳିତ ବର୍ଷ ଦୀପାବଳି ସୁଦ୍ଧା ସାରା ଭାରତରେ କଲ୍ୟାଣ ଜୁଏଲର୍ସ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ୩୩ଟି ନୂତନ ଶୋ’ରୁମ୍‌ର ଶୁଭାରମ୍ଭ (ଖୋଲିବ) କରାଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର ସମ୍ପ୍ରସାରଣ ଯୋଜନା ଅନ୍ତର୍ଗତ ଉକ୍ତ ଶୋ’ରୁମ୍‌ଗୁଡିକ ଅଣ ଦକ୍ଷିଣ ଭାରତୀୟ ଅଞ୍ଚଳଗୁଡ଼ିକରେ ଖୋଲି ସର୍ବଭାରତୀୟ ସ୍ତରରେ ବ୍ରାଣ୍ଡ୍‌ର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବାକୁ ଯୋଜନା ରଖାଯାଇଛି। ଭାରତରେ ବର୍ତ୍ତମାନ ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସମେତ ୪ଟି ମଧ୍ୟପ୍ରାଚ୍ୟ ଦେଶରେ କଲ୍ୟାଣ ଜୁଏଲର୍ସର ଉପସ୍ଥିତି ରହିଛି।
ଏ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଟି.ଏସ୍‌. କଲ୍ୟାଣରମଣ କହିଛନ୍ତି, ସାରା ଦେଶର ପୃଷ୍ଠପୋଷକମାନଙ୍କଠାରୁ କଲ୍ୟାଣ ଜୁଏଲର୍ସ ବ୍ରାଣ୍ଡ୍‌ ଯେଉଁ ଭଲ ପାଇବା ଓ ସମର୍ଥନ ହାସଲ କରିଛି, ତାହାକୁ ନେଇ ମୁଁ ଅତ୍ୟନ୍ତ ଖୁସି। ବ୍ରାଣ୍ଡ୍‌ କଲ୍ୟାଣର ଏହି ମହତ୍ତ୍ୱପୂର୍ଣ୍ଣ ଅଭିବୃଦ୍ଧି ଯାତ୍ରା ମୋତେ ବେଶ୍‌ ଗର୍ବିତ କରିଥିବା ବେଳେ ଏକ ବୃହତ୍‌ ବ୍ୟବସ୍ଥାରେ ବିପ୍ଳବ ଆଣିବାରେ ଆମେ ଆଗରେ ରହିଛୁ।
ଉଲ୍ଲେଖଯୋଗ୍ୟ,୨୦୨୩ ଅକ୍ଟୋବର ସୁଦ୍ଧା ବିହାର (କିଶନଗଞ୍ଜ, ବେଗୁସରାଇ, ହାଜିପୁର ଓ କଙ୍କରବାଗ୍‌), ହରିୟାଣା (ଫରିଦାବାଦ ଓ ପାନିପତ), ଓଡ଼ିଶାର (ଯାଜପୁର), ପଞ୍ଜାବ (ବର୍ନାଲ ଓ ଚଣ୍ଡିଗଡ଼), ମହାରାଷ୍ଟ୍ର (ସୋଲାପୁର), ଆନ୍ଧ୍ରପ୍ରଦେଶ (ଚିତୋର), ପଶ୍ଚିମବଙ୍ଗ (ପୁରୁଲିଆ) ଉତ୍ତରାଖଣ୍ଡ (କାଶୀପୁର) ଏବଂ ଉତ୍ତରପ୍ରଦେଶ(ମୋରାଦାବାଦ, ମଥୁରା, ଆଲିଗଡ଼, ଆଲମଗଡ଼ ଓ ଜୁଆନପୁର) ଠାରେ ନୂଆ ଶୋ’ରୁମ୍‌ଗୁଡ଼ିକ ଖୋଲାଯିବ। ଏହା ବ୍ୟତୀତ ମୁମ୍ବାଇର (ବାନ୍ଦ୍ରା, ମୁଲୁନ୍ଦ ଓ ଗୋରେଗାଓଁ), କୋଲକାତାର (ବାରାସତ ଓ ବାରାକପର) ଏବଂ ନୂଆଦିଲ୍ଲୀର (ଚାନ୍ଦି ନୀଚୌକ ଓ ଶାହଦରା)ଠାରେ ନୂଆ ଶୋ’ରୁମ୍‌ର ଶୁଭାରମ୍ଭ କରାଯିବ। ଫିଜିଟାଲ୍‌ ମଡେଲକୁ ଅନୁସରଣକରି କଲ୍ୟାଣ ଜୁଏଲର୍ସ ପକ୍ଷରୁ ପ୍ରଥମ ଡିଜିଟାଲ ଗହଣା ପ୍ଲାଟ୍‌ଫର୍ମ କ୍ୟାଣ୍ଡିୟର ୭ନୂଆ ଶୋ’ରୁମ୍‌ ଦୀପାବଳି ପୂର୍ବରୁ ସ୍ଥାପନ କରାଯିବ।

Share