
ଚୌଦ୍ୱାର,୩୦ା୩: କଟକ ଜିଲା ମଙ୍ଗୁଳି ନିକଟ ନିର୍ଗୁଣ୍ଡିଠାରେ ରବିବାର ମଧ୍ୟାହ୍ନରେ କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନ୍ଚ୍ୟୁତ ହେବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଜଣ ହୋଇଛନ୍ତି। ଯାତ୍ରୀଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ଏସ୍ସିବି କର୍ତ୍ତୃପକ୍ଷ। ଅନ୍ୟ ଆହତମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଟ୍ରେନ୍ ନଂ ୧୨୫୫୧ ବେଙ୍ଗାଲୁରୁରୁ କାମାକ୍ଷା ଯାଉଥିଲା। ଏନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି। ଟ୍ରେନ୍ଟି ଟ୍ରାକ୍ରୁ ଖସିଯିବା ପରେ ଅନେକ ଯାତ୍ରୀ ଭୟଭୀତ ହୋଇ ଡେଇଁ ପଡ଼ିଥିଲେ। ଫଳରେ ଯାତ୍ରୀମାନେ ଆହତ ହୋଇଥିଲେ।
ଏକ୍ସପ୍ରେସ ଲାଇନ୍ଚ୍ୟୁତ ହେବା ପରେ ହେଲ୍ପଲାଇନ୍ ନମ୍ବର ଜାରି କରିଛି ପୂର୍ବତଟ ରେଳପଥ। କଟକ ପାଇଁ ହେଲ୍ପ ଲାଇନ୍ ନମ୍ବର- ୮୯୯୧୧୨୪୨୩୮, କଟକ ପାଇଁ ମୋବାଇଲ ନଂ- ୭୨୦୫୧୪୯୫୯୧, ଭୁବନେଶ୍ବର ୧ନଂ ପ୍ଲାଟ୍ଫର୍ମରେ ହେଲ୍ପ ଡେସ୍କ ବ୍ୟବସ୍ଥା କରାଯାଇଛି। ହେଲ୍ପ ଡେସ୍କ ପାଇଁ ୮୧୧୪୩୮୨୩୭୧ ନଂ ଜାରି କରାଯାଇଛି। ସେହିପରି ଖୋର୍ଦ୍ଧା ରୋଡ୍ ପାଇଁ ହେଲ୍ପ ଡେସ୍କ- ୦୬୭୪୨୪୯୨୨୪୫, ଭଦ୍ରକ ପାଇଁ ହେଲ୍ପ ଲାଇନ ନଂ- ୯୪୩୭୪୪୩୪୬୯ ଜାରି କରାଯାଇଛି।
ଘଟଣାସ୍ଥଳରେ ଆର୍ପିଏଫ୍, ଜିଆର୍ପିଏଫ୍ ଏବଂ ସ୍ଥାନୀୟ ଲୋକେ ଉଦ୍ଧାର କରୁଥିବା ଜଣାପଡ଼ିଛି। ଟ୍ରେନ୍ କିପରି ଲାଇନଚ୍ୟୁତ ହେଲା ତାହାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।