Posted inଖେଳ

ଭାରତୀ, ଅମୂଲ୍ୟଙ୍କୁ କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର, ୯।୧ (ତପନ ସ୍ବାଇଁ): ଷାଠିଏ ଓ ସତୁରି ଦଶକରେ ଦେଶର ଶ୍ରେଷ୍ଠ ଫୁଟବଲ ଗୋଲକିପର ଭାବେ ପରିଚିତ ଥିବା ଭାରତୀକୃଷ୍ଣ ମିଶ୍ର ଏବଂ ସଫଳ ହକି କୋଚ ଅମୂଲ୍ୟ ବେହେରାଙ୍କୁ ୨୦୨୩ ବର୍ଷର ସମ୍ମାନଜନକ କମଲ ଗାଙ୍ଗୁଲି ସ୍ମାରକୀ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବ। ଅମୂଲ୍ୟ ଶ୍ରେଷ୍ଠ କୋଚ୍‌ ଏବଂ ଭାରତୀକୃଷ୍ଣ ଲାଇଫ ଟାଇମ ପୁରସ୍କାର ଲାଭ କରିବେ। ବିଶିଷ୍ଟ କ୍ରିକେଟ କୋଚ କମଲ ଗାଙ୍ଗୁଲିଙ୍କ ସ୍ମୃତିରେ ରାଜ୍ୟର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ଶହୀଦ ସ୍ପୋର୍ଟିଂ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

ମାରୁତି ଇଷ୍ଟେଟ ଇଣ୍ଡିଆ (ପ୍ରା.) ଲିମିଟେଡ ଏହାର ପ୍ରାୟୋଜକ ରହିଛି। ଫେବୃଆରୀ ୧୮ରେ କ୍ଲବ ପରିସରରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ ବୋଲି କ୍ଲବ ସମ୍ପାଦକ ପଙ୍କଜ ପଟ୍ଟନାୟକ ପ୍ରକାଶ କରିଛନ୍ତି।
୬୦ ଦଶକରେ ଲିଟିଲ ଥଙ୍ଗରାଜ ଭାବରେ ଡକା ଯାଉଥିବା ଭାରତୀକୃଷ୍ଣ ମିଶ୍ର ୧୯୬୫ରେ ଟୋକିଓରେ ଅନୁଷ୍ଠିତ ୟୁଥ୍‌ ଏସିଆନ ଚାମ୍ପିୟନଶିପ୍‌ରେ ଭାରତୀୟ ଦଳରେ ସାମିଲ ହୋଇ ଖେଳିଥିଲେ। ୧୯୬୦ରେ ପ୍ରଥମ ସୁବ୍ରତ କପ୍‌ରେ ଭାରତୀ ସାମିଲ ଥିବା ଓଡ଼ିଶା ଦଳ ସେମି ଫାଇନାଲକୁ ଯାଇଥିଲା। ୧୯୬୭ରେ ସେମିକୁ ଯାଇଥିବା ଓଡ଼ିଶା ସନ୍ତୋଷ ଟ୍ରଫି ଦଳରେ ସେ ସାମିଲ ଥିଲେ ଏବଂ ତା’ ପରବର୍ଷ ଏହି ପ୍ରତିଯୋଗିତାରେ ସେ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। କମ୍ବାଇଣ୍ଡ କଟକ ଦଳରୁ ସେ ୬୦ ଦଶକରେ ଆଇଏଫଏ ସିଲ୍‌ଡ, ଡୁରାଣ୍ଡ ଏବଂ ରୋଭର୍ସ କପ୍‌ରେ ନିୟମିତ ଖେଳିଥିଲେ। ଭ୍ରମଣକାରୀ ସୋଭିଏଟ୍‌ ସଂଘ ଦଳ ବିପକ୍ଷରେ ତିନୋଟି ମ୍ୟାଚ ଖେଳିବା ସହ ଗୋଟିକରେ ନେତୃତ୍ୱ ମଧ୍ୟ ନେଇଥିଲେ। ୧୯୮୨ ଏସିଆନ ଗେମ୍ସ ବେଳେ ସେ ଜାତୀୟ ଫୁଟବଲ ଚୟନକର୍ତ୍ତା ଥିଲେ ଏବଂ ୧୯୮୩ ଓ ୧୯୮୪ର ଜାତୀୟ ସ୍ପଟର ଥିଲେ। ସେଲ ଫୁଟବଲ ଏକାଡେମୀ ସ୍ଥାପନ କମିଟିର ସଦସ୍ୟ ସହ ଓଡ଼ିଶା ସନ୍ତୋଷ ଟ୍ରଫି ଦଳର କୋଚ ଓ ଚୟନକର୍ତ୍ତା ଦାୟିତ୍ୱ ତୁଲାଇଥିଲେ ଭାରତୀ। ଉତ୍କଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଫୁଟବଲ, ଭଲିବଲ ଏବଂ କ୍ରିକେଟରେ ପ୍ରତିନିଧିତ୍ୱ କରିଥିଲେ। ବୁର୍ଲା ଇଞ୍ଜିନିୟରିଂ କଲେଜରୁ ସେ ଶିକ୍ଷା ଗ୍ରହଣ କରିଥିଲେ ।
ସେହିପରି ଅମୂଲ୍ୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦଳରୁ ତିନି ବର୍ଷ ହକି ଖେଳିବା ପରେ ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନରୁ କୋଚ ଭାବେ ତାଲିମପ୍ରାପ୍ତ ହୋଇ ୧୯୯୧ରୁ କୋଚ ଭାବେ ଦାୟିତ୍ୱ ଆରମ୍ଭ କରିଥିଲେ। ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ କୋଚ ଭାବରେ କାର୍ଯ୍ୟ କରିବା ଭିତରେ ଭାରତୀୟ ହକି ଦଳ ପାଇଁ ଏକାଧିକ କ୍ୱାଲିଟି ଖେଳାଳି ପ୍ରଦାନ କରିଛନ୍ତି। ଏହି ଖେଳାଳିଙ୍କ ତାଲିକା ବେଶ୍‌ ଲମ୍ବା। ସେମାନଙ୍କ ମଧ୍ୟରେ ଅଛନ୍ତି ଇଗ୍ନେସ ଓ ପ୍ରବୋଧ ତିର୍କୀ, ୱିଲିୟମ ଖାଲକୋ, ଜ୍ୟୋତି ସୁନୀତା କୁଲୁ, ସୁନୀଲ ଏକ୍କା, ସୁନୀଲ ଜୋଜୋ ଏବଂ ସୁଦୀପ ଚିରମାକୋ ପ୍ରମୁଖ ଖେଳାଳି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରିସ୍ଥିତି ନା ରଣନୀତି…ହେମନ୍ତ ସୋରେନଙ୍କ ବରହେଟ୍‌ରେ କାହିଁକି ପ୍ରାର୍ଥୀ ଦେଉନାହିଁ ଭାଜପା?

ରାଞ୍ଚି,୨୬।୧୦: ଝାଡ଼ଖଣ୍ଡର ୬୮ ଆସନରେ ନିର୍ବାଚନ ଲଢ଼ୁଥିବା ଭାଜପା ୬୬ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଯେଉଁ ୨ ଆସନରେ ଦଳ ପ୍ରାର୍ଥୀ ଦେଇ...

୨୨ ବର୍ଷରେ ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ୪୫ ବର୍ଷ ପୁରୁଣା ରେକର୍ଡ

ପୁଣେ,୨୫।୧୦: ଟିମ୍‌ ଇଣ୍ଡିଆର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ବର୍ଷ ସେ ଟେଷ୍ଟ ଫର୍ମାଟରେ ସେ ଜବରଦସ୍ତ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

ଇତିହାସ ରଚିଦେଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ

ପୁଣେ,୨୬।୧୦: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ...

କାହିଁକି ଶାମିଙ୍କୁ ମିଳିଲାନି ଭାରତୀୟ ଦଳରେ ସ୍ଥାନ

ନୂଆଦିଲ୍ଲୀ,୨୬।୧୦: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ବର୍ଡର-ଗାଭାସ୍କର ଟ୍ରଫି ପାଇଁ ୧୮ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯାଇଥିବା ଏହି...

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୨୬।୧୦:ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦିଲ୍ଲୀ ସ୍ପିଡ୍‌ଷ୍ଟର ହର୍ଷିତ ରାଣା ଓ ଆନ୍ଧ୍ର ସିମ୍‌...

ଖୋ ଖୋ ବିଶ୍ୱକପ୍‌ରେ ଭାଗ ନେବେ ୨୪ ଦେଶ

ନୂଆଦିଲ୍ଲୀ, ୨୬ା୧୦: ସ୍ଥାନୀୟ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋଖୋ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri