Categories: ଜାତୀୟ

ପ୍ରାଣ ପ୍ରତିଷ୍ଠା ନେଇ ଖୁସି ନୁହନ୍ତି କମଲ ହାସନ: କହିଲେ ୩୦ ବର୍ଷ ତଳର ସେହି ପୁରୁଣା ମନ୍ତବ୍ୟ ମୁଁ ଦେବି…

ଚେନ୍ନାଇ,୨୪।୧ : ଯେଉଁଠାରେ ଭାରତର ଅନେକ ସେଲିବ୍ରିଟି ଅଯୋଧ୍ୟାରେ ରାମ ମନ୍ଦିରର ପବିତ୍ର ଉତ୍ସବ ପାଳନ କରୁଛନ୍ତି। ଏପରିସ୍ଥଳେ ଦକ୍ଷିଣ ହିନ୍ଦୀ ସିନେମାର ସୁପରଷ୍ଟାର କମଲ ହାସନ ଏପରି କିଛି କରିଛନ୍ତି ଯାହା ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି। ଚେନ୍ନାଇରେ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବାବେଳେ ଅଭିନେତା ତଥା ରାଜନେତା କମଲ ହାସନ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହି ସମୟରେ, ସିଧାସଳଖ ଉତ୍ତର ଦେବା ପରିବର୍ତ୍ତେ କମଲ କହିଛନ୍ତି ତାଙ୍କ ମନ୍ତବ୍ୟ ୩୦ ବର୍ଷ ପୂର୍ବେ ଯାହା ଥିଲା ଆଜି ମଧ୍ୟ ସମାନ ରହିଛି। ତାଙ୍କ ବିବୃତ୍ତିରେ ସେ ୬ ଡିସେମ୍ବର ୧୯୯୨ ରେ ବାବ୍ରି ମସଜିଦ ଭାଙ୍ଗିବା ବିଷୟରେ ଦେଇଥିବା ବିବୃତ୍ତିକୁ ମନେ ପକାଇଛନ୍ତି। ବାବ୍ରି ମସଜିଦକୁ ଧ୍ୱଂସ କରିବାର କାହାର ଅଧିକାର ନ ଥିଲା। ତାନଜୋର ମନ୍ଦିର ଏବଂ ଭେଲାନକାନି ଚର୍ଚ୍ଚ ପରି ଏହି ଐତିହାସିକ ସ୍ଥଳ ମଧ୍ୟ ମୋର ନିଜର ଥିଲା। ’ଯଦିଓ ରାମ ମନ୍ଦିରର ଉଦଘାଟନ ବିଷୟରେ ଅଭିନେତା କୌଣସି ପ୍ରତ୍ୟକ୍ଷ ମତ ଦେଇ ନାହାନ୍ତି। ତେବେ ସେ ଧାର୍ମିକ ମତଭେଦକୁ ବିଶ୍ୱାସ କରୁ ନ ଥିବା କଥା କହିଛନ୍ତି।

Share