Categories: ଜାତୀୟ

କୋଏମ୍ବାଟୁରରୁ ନିର୍ବାଚନ ଲଢିବେ କମଲ ହାସନ

ଚେନ୍ନାଇ,୧୨ ।୩: ତାମିଲନାଡୁରେ ମକ୍କତ ନିଧି ମୟମ(ଏମ୍‌ଏନ୍‌ଏମ୍‌) ଦଳ ଘୋଷଣା କରିଛି ଯେ ଏହାର ସଂସ୍ଥାପକ ତଥା ଅଭିନେତା କମଲ ହାସନ କୋଏମ୍ବାଟୁର ସାଉଥରୁ ନିଜର ଭାଗ୍ୟ ପରୀକ୍ଷା କରିବେ । ଏହା ପୂର୍ବରୁ ତାଙ୍କ ଦଳ ୬ ଏପ୍ରିଲରେ ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ୭୦ ଜଣ ପ୍ରାର୍ଥିଙ୍କ ପ୍ରଥମ ତାଲିକା ଘୋଷଣା କରିଥିଲା । ଦଳ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏପିଜେ ଅବଦୁଲ କଲାମଙ୍କ ସହଯୋଗୀଙ୍କୁ ମଧ୍ୟ ଟିକେଟ ଦିଆଯାଇଛି । ଅଭିନେତାରୁ ନେତା ହୋଇଥିବା କମଲ ହାସନଙ୍କ ପାର୍ଟି ମକ୍ମଲ ନିଧି ମୟମ(ଏମ୍‌ଏନ୍‌ଏମ୍‌) ନିଜର ୨ ସହଯୋଗୀ ଦଳଙ୍କୁ ନେଇ ନିର୍ବାଚନ ଲଢିବାକୁ ଯାଉଛି । ଦଳ ମୋଟ ୨୩୪ ଆସନରୁ ୧୫୪ ଆସନରେ ନିର୍ବାଚନ ଲଢିବ । ଦଳ ଶରତ କୁମାରଙ୍କ ଅଲ ଇଣ୍ଡିଆ ସମତୁବା ମଖଲ କାଚି ଓ ଇଣ୍ଡିଆ ଜନନାୟକ କାଚି ସହ ମିଶି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି ।

Share