କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ କମଲ ହାସନ

ଚେନ୍ନାଇ,୧୯।୨: ଅଭିନେତା-ରାଜନେତା କମଲ ହାସନ ତାମିଲନାଡୁର ଏରୋଡ ଇଷ୍ଟ ଆସନ ଉପନିର୍ବାଚନରେ ଶାସକ ଡିଏମକେ ନେତୃତ୍ୱରେ ସିକ୍ୟୁଲାର ପ୍ରଗତିଶୀଳ ମିଳିତ ମେଣ୍ଟ ପାଇଁ ପ୍ରଚାର କରିବେ। ଏହି ଆସନରୁ ମିଳିତ ମେଣ୍ଟ କଂଗ୍ରେସ ପ୍ରାର୍ଥୀ ଇଭିକେଏସ୍‌ ଏଲାଙ୍ଗୋଭାନଙ୍କୁ ପ୍ରାର୍ଥୀ କରିଛି।
ପ୍ରଥମ ଥର ପାଇଁ କମଲ ହାସନଙ୍କ ପାର୍ଟି ମକ୍କାଲ ନିହି ମାୟାମ ଅନ୍ୟ କୌଣସି ଦଳକୁ ସମର୍ଥନ କରିବାକୁ ଯାଉଛନ୍ତି। କାରଣ ୨୦୧୮ରେ ଦଳ ଗଠନ ପରେ କମଲ ହସନଙ୍କ ଦଳ ୨୦୨୧ ବିଧାନସଭା ନିର୍ବାଚନ ସମେତ ସମସ୍ତ ନିର୍ବାଚନରେ ଏକାକୀ ଲଢିଥିଲା।

Share