Categories: ଜାତୀୟ

କମଲ ହାସନଙ୍କ ଏମ୍‌ଏନ୍‌ଏମ୍‌ ଫେରି ପାଇଲା ‘ବ୍ୟାଟେରି ଟର୍ଚ୍ଚ’ ଚିହ୍ନ

ଚେନ୍ନାଇ,୧୫।୧: ବିଶିଷ୍ଟ ସାଉଥ ଅଭିନେତା କମଲ ହାସନଙ୍କ ରାଜନୈତିକ ପାର୍ଟି ମକ୍କଲ ନିଧି ମାଇମ (ଏମ୍‌ଏନ୍‌ଏମ୍‌) ଫେରି ପାଇଛି ତାର ‘ବ୍ୟାଟେରି ଟର୍ଚ୍ଚ’ ଚିହ୍ନ। ୨୩୪ ବିଧାନସଭା ଆସନ ବିଶିଷ୍ଟ ତାମିଲନାଡୁ ନିର୍ବାଚନ ଲାଗି ବ୍ୟାଟେରି ଟର୍ଚ୍ଚ ଚିହ୍ନ ମିଳିଥିବା ପାର୍ଟି ପକ୍ଷରୁ ଶୁକ୍ରବାର ଶେୟାର କରାଯାଇଥିବା ଭିଡିଓରେ ହାସନ କହିଛନ୍ତି।

ଦଳୀୟ ଚିହ୍ନ ଫେରିପାଇଥିବାରୁ ନିର୍ବାଚନ ଆୟୋଗ ଓ ପାର୍ଟି ସମର୍ଥକଙ୍କୁ ଧନ୍ୟବାଦ ଦେଇ ହାସନ କହିଛନ୍ତି, ଦଳିତଙ୍କ ଉନ୍ନତି ପାଇଁ ସାରା ଜୀବନ କାର୍ଯ୍ୟ କରିଥିବା ମାର୍ଟିନ ଲୁଥର କିଙ୍ଗ ଜୁନିୟରଙ୍କ ଜନ୍ମଦିନରେ ଆମେ ଦଳୀୟ ଚିହ୍ନ ଫେରିପାଇଛୁ। ଏବେ ଆଲୋକକୁ ବ୍ୟାପିବାକୁ ଦିଅ। ଦଳର ଉପ ସଭାପତି ଆର. ମହେନ୍ଦ୍ରନ ଓ ସାଧାରଣ ସମ୍ପାଦକ ତଥା ଆଇଏଏସ୍‌ ଅଫିସର ସନ୍ତୋଷ ବାବୁଙ୍କ ସମେତ ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ କମଲ ଏହି ଘୋଷଣା କରିଛନ୍ତି।

ଉଲ୍ଲେଖଥାଉକି, ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ହାସନଙ୍କ ପାର୍ଟି ଏମ୍‌ଏନ୍‌ଏମ୍‌ର ଦଳୀୟ ଚିହ୍ନ(ବ୍ୟାଟେରି ଟର୍ଚ୍ଚ)କୁ ବିବାଦରେ ଘେରି ହୋଇଥିଲା। ଏହି ଚିହ୍ନକୁ ନିର୍ବାଚନ ଆୟୋଗ (ଇସି) ନିକଟରେ ତାମିଲନାଡୁର ଆଉ ଏକ ପାର୍ଟି ଏମ୍‌ଜିଆର ମକ୍କଲ କାତ୍‌ଚିକୁ ଦେଇଥିଲେ। ଏହାକୁ ବିରୋଧ କରି ଏମ୍‌ଏନ୍‌ଏମ୍‌ ଇସି ଓ ମାଦ୍ରାସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

Share