Categories: ଜାତୀୟ

କମଲ ହାସନଙ୍କ ଦଳକୁ ଫେରିଲା ବ୍ୟାଟେରି ଟର୍ଚ୍ଚ ଚିହ୍ନ

ଚେନ୍ନାଇ, ୧୬।୧: କମଲ ହାସନଙ୍କ ଦଳ ମକ୍କଲ୍‌ ନିଧି ମୈୟମ (ଏମ୍‌ଏନ୍‌ଏମ୍‌)କୁ ପୁଣିଥରେ ‘ବ୍ୟାଟେରି ଟର୍ଚ୍ଚ’ ଚିହ୍ନ ମିଳିଛି। ଏକ ଭିଡିଓ ବାର୍ତ୍ତାରେ କମଲ ହାସନ ଏହି ସୂଚନା ଦେଇଛନ୍ତି। ନିଷ୍ପେଷିତମାନଙ୍କ ଉତ୍‌ଥାନ ପାଇଁ ଲଢ଼େଇ କରିଥିବା ମାର୍ଟିନ୍‌ ଲୁଥର କିଙ୍ଗ ‌ଜୁନିୟରଙ୍କ ଜନ୍ମଦିନରେ ଦଳୀୟ ଚିହ୍ନ ମିଳିଥିବାରୁ ସେ ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଲୋକର ପ୍ରସାର ପାଇଁ କମଲ ହାସନ ଦଳୀୟ ନେତା ଓ କର୍ମୀମାନଙ୍କୁ ଆହ୍ବାନ ଜଣାଇଛନ୍ତି।

Share