‘ବାହୁବଳୀ-୨’କୁ ପଛରେ ପକାଇବ ‘ବିକ୍ରମ’!

ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ୍‌ ହେବା ପରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି। ବର୍ତ୍ତମାନ ଏହି ଫିଲ୍ମଟି ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ଫିଲ୍ମ ବାହୁବଳୀ-୨କୁ ଅତିକ୍ରମ କରିବାକୁ ଯାଉଛି। ଏହି ମାଇଲଖୁଣ୍ଟ ହାସଲ କରିବାକୁ ବିକ୍ରମ ମାତ୍ର କିଛି ଦିନ ଦୂରରେ। ସେହିପରି ‘କେଜିଏଫ୍‌-୨’କୁ ଏବେ ପଛରେ ପକାଇଛି ବିକ୍ରମ। ବିକ୍ରମ ହେଉଛି ଏକ ଆକ୍ସନ ଥ୍ରୀଲର ଯାହା ଜୁନ ୩ ରେ ପ୍ରେକ୍ଷାଳୟକୁ ଆସିଥିଲା । ବିକ୍ରମ ୧୦ ଦିନରେ ତାମିଲରେ ୧୩୦ କୋଟିରୁ ଅଧିକ ଆୟ କରିସାରିଥିବା କୁହାଯାଉଛି। ଏବେ ଏହି ଫିଲ୍ମଟି ୩୦୦ କୋଟି ବ୍ୟବସାୟ କରିସାରିଲାଣି। ଏହାର ସଫଳତାକୁ ଦେଖି ପ୍ରଶଂସକମାନେ ସେଲିବ୍ରେଟ୍‌ କରୁଛନ୍ତି।

Share