Categories: ଜାତୀୟ

ବିରୋଧିଦଳ ନେତା ପଦରୁ ଇସ୍ତଫା ଦେଲେ କମଳ ନାଥ

ଭୋପାଳ,୨୮ ।୪: ମଧ୍ୟପ୍ରଦେଶ ବିଧାନସଭାର ବିରୋଧିଦଳ ନେତା କମଳ ନାଥ ପଦରୁ ଇସ୍ତଫା ଦେଇଛନ୍ତି । ହେଲେ ସେ ପ୍ରଦେଶ ଅଧ୍ୟକ୍ଷ ପଦରେ ରହିବେ କିନ୍ତୁ ବିରୋଧୀ ଦଳ ନେତା ରହିବେ ନାହିଁ । ତାଙ୍କ ସ୍ଥାନରେ କଂଗ୍ରେସର ବରିଷ୍ଠ ବିଧାୟକ ଗୋବିନ୍ଦ ସିଂଙ୍କୁ ନୂଆ ବିରୋଧି ଦଳ ନେତା ଦାୟିତ୍ୱ ଦିଆଯାଇଛି । ଗୋବିନ୍ଦ ସିଂ ଲହାରରୁ ବିଧାୟକ ରହିଛନ୍ତି ।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିଯିବା ପରେ ସେବେଠାରୁ ଦଳ ମଧ୍ୟରେ ଅନ୍ତ କନ୍ଦଳ ଜାରି ରହିଛି । ତେଣୁ ଏଠାରେ କେତେବେଳେ କ’ଣ ପରିବର୍ତ୍ତନ ହେଉଛି ଅବା ହେବ ତାହା କହିବା ମୁସ୍କିଲ ।

Share