ନୂଆଦିଲ୍ଲୀ,୪।୧୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଆରଏସଏସ ଏବଂ ବିଶ୍ୱ ହିନ୍ଦୁ ପରିଷଦକୁ ଚ୍ୟାଲେଞ୍ଜ କରିଛନ୍ତି। ଧର୍ମ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ସହ ଯେକୌଣସି ସମୟରେ ଆଲୋଚନା କରିବାକୁ ସେ ଆରଏସଏସକୁ କହିଛନ୍ତି। ୧୨ ବର୍ଷ ହେବ ରାହୁଲ ଗାନ୍ଧୀଙ୍କ ଖରାପ ଭାବମୂର୍ତ୍ତି ସୃଷ୍ଟି କରିବାକୁ ଭାଜପା ଚେଷ୍ଟା କରିଥିଲା। ଭାରତ ଯୋଡୋ ଯାତ୍ରା ପରେ ଠିକ୍ ଭୁଲ୍ ସବୁ ଜଣାପଡିଛି। ପ୍ରକୃତ ରାହୁଲ ଗାନ୍ଧୀ ଲୋକଙ୍କ ସାମ୍ନାରେ ଅଛନ୍ତି। ଧର୍ମକୁ ଆରଏସଏସ ରାଜନୀତି କରୁଛି। ଯଦି ସାହସ ଅଛି ତେବେ ଯେକୌରସି ସମୟରେ ଧର୍ମକୁ ନେଇ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରାଯାଉ।
କମଲ ନାଥ ଆହୁରି ମଧ୍ୟ କହିଛନ୍ତି, ମଧ୍ୟପ୍ରଦେଶ ସରକାର ପାଖରେ କେବଳ ପୋଲିସ, ଟଙ୍କା ଏବଂ ପ୍ରଶାସନ ଅଛି। ଏହି ବଳରେ ଜନସାଧାରଣଙ୍କ ଉପରେ ଶାସନ କରିବାକୁ ଚେଷ୍ଟା କରାଯାଉଛି। ଦେଶର ଏକୀକରଣ ସଂସ୍କୃତି ଉପରେ ଆକ୍ରମଣ ହେଉଛି। ଭରତ ଯୋଡୋ ଯାତ୍ରା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ଉତ୍ସାହ ବୃଦ୍ଧି ପାଇଛି।