Categories: ଜାତୀୟ

ମୁଖ୍ୟମନ୍ତ୍ରୀ ହୋଇ କମଲନାଥ ଧନ ସମ୍ପତ୍ତି ପାଇଁ କାନ୍ଦିଛନ୍ତି: ଶିବରାଜ…

ଭୋପାଳ,୧୫।୧୦ : (୦୧) ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରବିବାର ଦାତିଆ ଜିଲାରେ ଏକ ରାଲିରେ କଂଗ୍ରେସ ରାଜ୍ୟ ମୁଖ୍ୟ କମଲ ନାଥଙ୍କୁ କଡ଼ା ସମାଲୋଚନା କରି ତାଙ୍କୁ କାନ୍ଦୁଥିବା ମୁଖ୍ୟମନ୍ତ୍ରୀ’ ବୋଲି କହିଛନ୍ତି। କମଲ ନାଥ ୨୦୧୮ ରେ କ୍ଷମତା ଗ୍ରହଣ କରିଥିଲେ, ସେତେବେଳେ ସେ ରାଜ୍ୟରେ ଅର୍ଥ ଅଭାବ ଥିବା ନେଇ ଦୁଃଖ ପ୍ରକାଶ କରି ରାଜ୍ୟ ପ୍ରକଳ୍ପ ପାଇଁ ପର୍ଯ୍ୟାପ୍ତ ସମ୍ବଳ ଦେଇ ନ ଥିଲେ।

ରାଜ୍ୟରେ କମଲ ନାଥଙ୍କ ସରକାର ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିଲା। ମାତ୍ର ଭାଜପା ଶାସନ ସମୟରେ ସ୍ଥିତିରେ ସୁଧାର ଆସିଥିଲା। କମଳ ନାଥ ଜଣେ ଉଦାସୀନ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ହୋଇ କମଲନାଥ ଧନ ସମ୍ପତ୍ତି ପାଇଁ କାନ୍ଦିଛନ୍ତି। ଧନ ସମ୍ପତ୍ତି ହାତେଇବା ତାଙ୍କର ମୂଳ ଲକ୍ଷ୍ୟ। ରାଜକୋଷକୁ ନେଇ ସର୍ବଦା କାନ୍ଦୁଥିବା ଜଣେ ମୁଖ୍ୟମନ୍ତ୍ରୀ ଭଲ ଲାଗନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ?

ସୂଚନାଯୋଗ୍ୟ ନଭେମ୍ବର ୧୭ରେ ମଧ୍ୟପ୍ରଦେଶ ୨୩୦ ସିଟ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି, ଯାହାର ଭୋଟ ଗଣନା ଡିସେମ୍ବର ୩ ରେ ହେବ।

Share