Categories: ଜାତୀୟ

କମଲନାଥଙ୍କ ଉପରେ ପଡିଲା ପରାଜୟର ଖଣ୍ଡା, ଜିତୁ ପଟୱାରୀ ମଧ୍ୟପ୍ରଦେଶର ନୂଆ କଂଗ୍ରେସ ମୁଖ୍ୟ

ନୂଆଦିଲ୍ଲୀ, ୧୬।୧୨: ମଧ୍ୟପ୍ରଦେଶ କଂଗ୍ରେସରେ ଏକ ବଡ ପରିବର୍ତ୍ତନ ହୋଇଛି। ନିର୍ବାଚନରେ ​​ପରାଜୟ ପରେ କମଲ ନାଥ ଇସ୍ତଫା ଦେଇଛନ୍ତି। ପାର୍ଟି ହାଇ କମାଣ୍ଡ ଜିତୁ ପଟୱାରୀଙ୍କୁ ରାଜ୍ୟ ସଭାପତି ନିଯୁକ୍ତ କରିଛନ୍ତି। ଏହା ବ୍ୟତୀତ ଉମାଙ୍ଗ ସିଙ୍ଗାରଙ୍କୁ ବିରୋଧୀ ଦଳର ନେତା ଏବଂ ହେମନ୍ତ କାଟାରେଙ୍କୁ ବିରୋଧୀ ଦଳର ଡେପୁଟି ପଦବୀ ମିଳିଛି।

କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତିରେ, ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିଷ୍ପତ୍ତିକ୍ରମେ ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଏଥିରେ ଦଳ ପ୍ରତି କମଲନାଥଙ୍କ ଯୋଗଦାନକୁ ପ୍ରଶଂସା କରାଯାଇଛି। ଏହା ବ୍ୟତୀତ ଛତିଶଗଡରେ ଦଳ ରାଜ୍ୟ ସଭାପତି ଦୀପକ ବୈଜଙ୍କ କାର୍ଯ୍ୟକାଳ ଜାରି ରଖିଛି ଏବଂ ଛତିଶଗଡରେ ଚନ୍ଦ୍ରଦାସ ମହନ୍ତଙ୍କୁ ଦଳ ବିରୋଧୀ ଦଳର ନେତା କରିଛି।

ନିକଟରେ ଶେଷ ହୋଇଥିବା ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ଦଳ କମଲନାଥଙ୍କ ନେତୃତ୍ୱରେ ଲଢ଼ିଥିଲା। ଯେଉଁଥିରେ ଦଳକୁ ବଡ଼ ପରାଜୟ ମିଳିଥିଲା। ଏହି ନିର୍ବାଚନରେ ଭାଜପାକୁ ୨୩୦ ଆସନରୁ ୧୬୩ ଆସନ ମିଳିଥିଲା। ଅନ୍ୟପଟେ କଂଗ୍ରେସ ୬୬ ଆସନରେ ସହିତ ଦ୍ୱିତୀୟ ସ୍ଥାନରେ ରହିଯାଇଥିଲା। ଯେତେବେଲେକି ଭାରତ ଆଦିବାସୀ ପାର୍ଟି ଗୋଟିଏ ଆସନ ଜିତିଥିଲା।

 

Share