Categories: ଜାତୀୟ

ଖଣ୍ଡନ କଲେ କମଲ ନାଥ

ନୂଆଦିଲ୍ଲୀ,୧୬।୭: ବରିଷ୍ଠ କଂଗ୍ରେସ ନେତା କମଲ ନାଥ ଦଳର ଅଧ୍ୟକ୍ଷ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏହାକୁ ସେ ଖଣ୍ଡନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ କମଲ ନାଥଙ୍କ ବୈଠକ ପରେ ତାଙ୍କୁ ଦଳରେ ବଡ଼ ପଦବୀ ମିଳିବା ନେଇ ଚର୍ଚ୍ଚା ହେଉଥିଲା। ତେବେ ସେ ମଧ୍ୟପ୍ରଦେଶରେ ଅଛନ୍ତି ଓ ମଧ୍ୟପ୍ରଦେଶରେ ହିଁ ରହିବେ ବୋଲି କହିଛନ୍ତି। ସୋନିଆଙ୍କ ସହ ତାଙ୍କର ପଞ୍ଜାବରେ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। କଂଗ୍ରେସରେ କାର୍ଯ୍ୟକାରୀ ଅଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷ ନିଯୁକ୍ତି ନେଇ ଏବେ କୌଣସି ଯୋଜନା ନ ଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।

Share