Categories: ଜାତୀୟ

୧୯୮୪ ଶିଖ ହିଂସା ପଛରେ କମଲ ନାଥଙ୍କ ହାତ: କୈଳାସ ବିଜୟଭର୍ଗୀୟ…

ଭୋପାଳ,୧୫।୧୦ :(୦୧) ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଛିନ୍ଦୱାଡା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଦଳ ଦ୍ୱାରା କମଲ ନାଥ ପ୍ରାର୍ଥୀ ହେବା ପରେ ଭାଜପା ନେତା କୈଳାସ ବିଜୟଭର୍ଗୀଆ ତାଙ୍କୁ ୧୯୮୪ ମସିହାରେ ହୋଇଥିବା ଶିଖ ବିରୋଧୀ ହିଂସା ପାଇଁ ଦାୟୀ କରିଛନ୍ତି। ଏହା ପଛରେ କମଲ ନାଥଙ୍କର ହାତ ଥିବା ସେ ଅଭିଯୋଗ କରିଛନ୍ତି। ଇନ୍ଦୋର ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ହୋଇଥିବା ବିଜୟଭର୍ଗିଆ କମଲ ନାଥଙ୍କୁ ଏପରି କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି ।

କମଲ ନାଥ ଦେଶରେ ଏପରି ଅନେକ କାର୍ଯ୍ୟ କରିଛନ୍ତି, ଯାହା ସମାଜକୁ ବିଭାଜନ କରିବାରେ କାର୍ଯ୍ୟ କରିଛି। ଏହି କାର୍ଯ୍ୟଗୁଡ଼ିକରେ ଶିଖ ଦଙ୍ଗା ମଧ୍ୟ ରହିଛି, ଯେଉଁଥିରେ ସେ ସନ୍ଦେହ ଘେରରେ ଅଛନ୍ତି। ଅନ୍ୟ ସମ୍ପ୍ରଦାୟ ମଧ୍ୟ ଏଥିରେ ଅସନ୍ତୁଷ୍ଟ ଅଛନ୍ତି। ଭୋଟର କଂଗ୍ରେସ ଦଳ ସହିତ କମଲ ନାଥଙ୍କୁ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି।

Share