Categories: ଜାତୀୟ

କମଳ ନାଥଙ୍କ ଫୋନ୍‌ ହ୍ୟାକ୍‌

ଭୋପାଳ,୧୩।୭:: କଂଗ୍ରେସର ମଧ୍ୟପ୍ରଦେଶ ୟୁନିଟ ସଭାପତି କମଲ ନାଥଙ୍କ ମୋବାଇଲ ଫୋନ ହ୍ୟାକ ହୋଇଯାଇଛି। ଦୁଇ ଜଣ ଠକ ତାଙ୍କ ଫୋନ୍‌ ହ୍ୟାକ୍‌ କରି ଦଳର ୪ ନେତାଙ୍କୁ ଲକ୍ଷ ଟଙ୍କା ମାଗିଥିଲେ। ଦଳର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ମୁଖପାତ୍ର କହିଛନ୍ତି,କଂଗ୍ରେସ ଅଧିକାରୀ ଦୁଇଜଣ ଲୋକଙ୍କୁ ଧରିଥିଲେ, ଯେଉଁମାନେ ଏହି କଲ କରିଥିଲେ ଏବଂ ପରେ ମାଲବୀୟ ନଗର ଅଞ୍ଚଳକୁ ଟଙ୍କା ସଂଗ୍ରହ କରିବାକୁ ଆସିଥିଲେ। ମୁଖପାତ୍ର କହିଛନ୍ତି ଯେ ଗୁଜରାଟର ବାସିନ୍ଦା ଉଭୟ ଠକଙ୍କୁ ପୋଲିସ ହସ୍ତାନ୍ତର କରାଯାଇଛି।

Share