ନୂଆଦିଲ୍ଲୀ,୨।୧୧: ଟେସଲା ସିଇଓ ଏଲୋନ୍ ମସ୍କ ଟୁଇଟର ମାଲିକ ହେବା ପରେ ଏହି ପ୍ଲାଟଫର୍ମ ବ୍ୟବହାରକାରୀଙ୍କୁ ବ୍ଲୁ ଟିକ୍ ଲାଗି ୮ ଡଲାର ଦେବାକୁ ହେବ ବୋଲି ଘୋଷଣା କରିଛନ୍ତି। ଏହାପରେ ମସ୍କଙ୍କୁ ସମସ୍ତ ପ୍ଲାଟଫର୍ମରେ ତିବ୍ର ସମାଲୋଚନା କରାଯାଉଛି। ଏହି କ୍ରମରେ କମଲ୍ ଆର୍ ଖାଁ ଓରଫ କେଆର୍କେ ମସ୍କଙ୍କୁ ଟାର୍ଗେଟ କରିଛନ୍ତି। ପ୍ରତି ମାସରେ ଚାର୍ଜ ଦେବାକୁ ସମୟ ନାହିଁ, ମସ୍କ ତାଙ୍କଠାରୁ ଅଗ୍ରୀମ ୫ ବର୍ଷ ଲାଗି ଟଙ୍କା ନେଇ ଯାଆନ୍ତୁ ବୋଲି ସେ କହିଛନ୍ତି।
କେଆର୍କେ ଟୁଇଟ୍ କରିଛନ୍ତି, ପ୍ରିୟର ଏଲୋନ ମସ୍କ, ମୋ ପାଖରେ ବ୍ଲୁ ଟିକ୍ ପାଇଁ ପ୍ରତି ମାସରେ ଟଙ୍କା ଗଣିବାକୁ ସମୟ ନାହିଁ। ଏଥିଲାଗି ୫ ବର୍ଷର ଆଡଭାନ୍ସ ଦେବାକୁ ଚାହୁଁଛି। ଦୟାକରି ଆପଣ ମୋତେ ଟଙ୍କା ଦେବାର ଲିଙ୍କ ପଠାଇ ଦିଅନ୍ତୁ, ଫଳରେ ମୁଁ ଟଙ୍କା ପଠାଇଦେବି ବୋଲି ସେ କହିଛନ୍ତି।
ଅପରପକ୍ଷେ ସମାଲୋଚନାର ଶିକାର ହେବା ସତ୍ତ୍ୱେ ମସ୍କ ବ୍ଲୁ ଟିକ୍କୁ ନେଇ ଟଙ୍କା ଆଦାୟ ନିଷ୍ପତ୍ତି ପରିବର୍ତ୍ତନ କରିବେ ନାହିଁ ବୋଲି କହିଛନ୍ତି।