
ବଲିଉଡ୍ ଅଭିନେତ୍ରୀ କାଜଲ ଏବଂ ଅଭିନେତା କମଲ ସଦାନା ୧୯୯୨ ମସିହାରେ ଫିଲ୍ମ ‘ବେଖୁଦି’ରୁ ଅଭିନୟରେ କ୍ୟାରିୟର ଆରମ୍ଭ କରିଥିଲେ। ୨୧ ଅକ୍ଟୋବର , ୧୯୭୦ରେ ଜନ୍ମଗ୍ରହଣ କରିଥିବା କମଲଙ୍କର ଆଜି ହେଉଛନ୍ତି ୫୦ତମ ଜନ୍ମଦିନ। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଜନ୍ମଦିନ ଖୁସି ନେଇ ଆସିଥାଏ । ହେଲେ କମଲଙ୍କ ପାଇଁ ତାଙ୍କ ଜନ୍ମଦିନ ଦୁଃଖ ନେଇ ଆସିଥିଲା।
୨୧ ଅକ୍ଟୋବର ୧୯୯୦ରେ କମଲ ଜନ୍ମଦିନରେ ତାଙ୍କର ପୂରା ପରିବାର ଛାରଖାର ହୋଇଯାଇଥିଲା। କମଲ ନିଜର ଜନ୍ମଦିନ ଘରେ ଥିବା ବେଳେ ହଠାତ୍ ଗୁଳିର ଶବ୍ଦ ଶୁଣିବାକୁ ପାଇଥିଲେ। ଘରୁ ବାହାରି ଦେଖିଲେ ଯେ, ବାପା ବ୍ରିଜ୍ ସଦାନା ବ୍ୟସ୍ତ ହୋଇ ମା’ ଏବଂ ଭଉଣୀଙ୍କୁ ଗୁଳି ମାରିଥିଲେ। ଏହା ପରେ ସେ କମଲଙ୍କୁ ମଧ୍ୟ ଗୁଳି ମାରିଥିଲେ। ମାତ୍ର ଗୁଳି କମଲଙ୍କ ଦେହରେ ନ ବାଜି ମୁଣ୍ଡ ପାଖ ଦେଇ ଚାଲିଯାଇଥିଲା। ଶେଷରେ ବାପା ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିଲେ। ଏକ ସାକ୍ଷାତକାରରେ କମଲ ନିଜେ ଏହି କଥା କହିଥିଲେ। ତେବେ ଘରେ କୌଣସି ଅସୁବିଧା ନ ଥିବା ବେଳେ ବାପା ଏପରି କାହିଁକି କଲେ ତାହା ସେ ଆଜି ପର୍ଯ୍ୟନ୍ତ ଜାଣିପାରି ନ ଥିବା ମଧ୍ୟ କହିଥିଲେ।
ବ୍ରିଜ୍ ହେଉଛନ୍ତି ବଲିଉଡ୍ର ଅତି ପରିଚିତ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ। ସେ ‘ଦୋ ଭାଇ’, ‘ୟେ ରାତ୍ ଫିର୍ ନା ଆଏଗୀ, ଓସ୍ତାଦୋ କେ ଓସ୍ତାଦୋ ପାଇଁ ବେଶ୍ ଜଣାଶୁଣା।