ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ ଲାଗି ପ୍ରସ୍ତୁତ: ଉପରାଷ୍ଟ୍ରପତି କମଲା ହାରିସ୍‌

ଜାକର୍ତ୍ତା,୭ା୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଯଦି କାର୍ଯ୍ୟକାଳ ଶେଷ କରିବାରେ ଅସମର୍ଥ ହୁଅନ୍ତି, ତେବେ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ ଲାଗି ପ୍ରସ୍ତୁତ ଥିବା ଉପରାଷ୍ଟ୍ରପତି କମଲା ହାରିସ୍‌ ପ୍ରକାଶ କରିଛନ୍ତି।

ବିଦେଶ ଗସ୍ତରେ ଥିବା ହାରିସ୍‌ଙ୍କୁ ଓଭାଲ ଅଫିସ୍‌ ପ୍ରସ୍ତୁତି ସମ୍ପର୍କରେ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ଯେତେବେଳେ ଆବଶ୍ୟକ ହେବ, ସେ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ତାଙ୍କ ନିଯୁକ୍ତିର ଗୁରୁତ୍ୱପୂର୍ଣ୍ଣ ଅଂଶ। ରାଷ୍ଟ୍ରପତି ବାଇଡେନ୍‌ଙ୍କ ବୟସାଧିକ୍ୟତାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ। ଆବଶ୍ୟକ ପଡ଼ିଲେ ଆପଣ କିପରି ରାଷ୍ଟ୍ରପତି ପଦ ଗ୍ରହଣ କରିବେ। ଆପଣ ଏଥିପାଇଁ ପ୍ରସ୍ତୁତ ବୋଲି ଅନୁଭବ କରୁଛନ୍ତି କି ବୋଲି ଆସୋସିଏଟେଡ୍‌ ପ୍ରେସ୍‌ ରିପୋର୍ଟର କ୍ରିସ୍‌ ମେଗେରିଆନ୍‌ ହାରିସ୍‌ଙ୍କୁ ପ୍ରଶ୍ନ କରିଥିଲେ। ଇଣ୍ଡୋନେସିଆର ଜାକର୍ତ୍ତାରେ ଆସିଆନ୍‌ ବାର୍ଷିକ ସମିଟ୍‌ରେ ବାଇଡେନ୍‌ଙ୍କ ପ୍ରତିନିଧିତ୍ୱ କରୁଥିବା ହାରିସ୍‌ କହିଥିଲେ, ସେ ଏଥିପାଇଁ ପ୍ରସ୍ତୁତ ଅଛନ୍ତି।

Share