ଉପରାଷ୍ଟ୍ରପତି ପଦରେ ମୁଁ ପ୍ରଥମ ମହିଳା କିନ୍ତୁ ଶେଷ ନୁହେଁ: କମଲା

ୱାଶିଂଟନ,୮ ।୧୧: ଆମେରିକାର ୪୬ତମ ରାଷ୍ଟ୍ରପତି ପାଇଁ ନିର୍ବାଚନ ସରିଥିବା ବେଳେ ଫଳାଫଳ ବି ଆସି ଯାଇଛି । ଏଥିରେ ଡେମୋକ୍ରାଟିକ୍ ପାର୍ଟିର ଜୋସେଫ ଆର୍ ବାଇଡେନ୍ ବା ଜୋ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ଓ ଭାରତୀୟ ମୂଳ ବାସିନ୍ଦା କମଲା ହାରିସ୍ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ବିଜୟଲାଭ କରିବା ପରେ ହାରିସ୍ କହିଛନ୍ତି ଏହା ମହିଳାଙ୍କ ପାଇଁ କେବଳ ଏକ ଆରମ୍ଭ ମାତ୍ର । କାରଣ ଆମେରିକା ଇତିହାସରେ ଉପରାଷ୍ଟ୍ରପତି ପଦରେ ବସିବାରେ କମଲା ହେଉଛନ୍ତି ପ୍ରଥମ ମହିଳା । ହାରିସ୍ ଡୋଲାବେୟରରେ ଏକ ବିଜୟ ରାଲିକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି, ଯଦିଓ ଏହି ପଦରେ ପହଞ୍ଚିବାରେ ମୁଁ ପ୍ରଥମ ମହିଳା ହେଲେ ଶେଷ ନୁହେଁ । ଆଜି ଦେଖାଯାଉଥିବା ଗୋଟିଏ ଛୋଟ ଝିଅ ବି ଲାଗୁଛି ସେ ଦେଶର ଆଗାମୀ ସମ୍ଭାବନା । ଆମେରିକାବାସୀ ଏକ ନୂଆ ଦିନର ଆରମ୍ଭ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଆମ ଲୋକତନ୍ତ୍ରର ରକ୍ଷା ପାଇଁ ସଂଘର୍ଷ ହୋଇଥାଏ, ବଳିଦାନ ହୁଏ ହେଲେ ଏଥିରେ ଆନନ୍ଦ ଓ ପ୍ରଗତି ବି ଥାଏ । କାରଣ ଆମ ଦେଶ ନିକଟରେ ଭଲ ଭବିଷ୍ୟତ ଗଢିବାକୁ ଶକ୍ତି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଗେମ୍‌ ଖେଳିଲେ ୟୁନୁସ ସରକାର, ବଢିଲା ଭାରତର ଟେନସନ

ନୂଆଦିଲ୍ଲୀ,୧୪।୧୨: ବାଂଲାଦେଶର ୟୁନୁସ ସରକାରଙ୍କ ନୂତନ ନିଷ୍ପତ୍ତି ଭାରତର ଟେନସନକୁ ବଢାଇ ଦେଇଛି। ପାକିସ୍ତାନୀ ନାଗରିକଙ୍କ ପାଇଁ ବାଂଲାଦେଶ ଭିସା ପ୍ରତିବନ୍ଧକକୁ ଆରାମ ଦେଇଛି। ପାକିସ୍ତାନୀ...

କାର୍ଯ୍ୟକାଳ ସରିବା ପୂର୍ବରୁ ବାଇଡେନ ନେଲେ ବଡ଼ ନିଷ୍ପତ୍ତି: ୧୫୦୦ କଏଦୀଙ୍କୁ ରାଜକ୍ଷମା

ଓ୍ବାଶିଂଟନ୍‌,୧୩।୧୨: କାର୍ଯ୍ୟକାଳ ସରିବା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ବଡ଼ ପଦକ୍ଷେପ ନେଇଛନ୍ତି। ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ୧୫୦୦ ଜଣଙ୍କୁ ସେ କ୍ଷମା ପ୍ରଦାନ...

ଟ୍ରମ୍ପ୍‌ ଟାଇମ ମାଗାଜିନର ‘ପର୍ସନ ଅଫ୍‌ ଦି ଇୟର’

ଓ୍ବାଶିଂଟନ, ୧୩।୧୨:ଟାଇମ ମାଗାଜିନ ପକ୍ଷରୁ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୪ ପାଇଁ ‘ପର୍ସନ ଅଫ୍‌ ଦି ଇୟର’ ଭାବେ ନାମିତ କରାଯାଇଛି। ଏହି...

ନିଜ ସୁନା ଚେନ୍‌ ବିକୁଛନ୍ତି ଫେସବୁକ ପ୍ରତିଷ୍ଠାତା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କାଲଫର୍ନିଆ,୧୩।୧୨: ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଗୋଲ୍ଡ ପ୍ଲେଟେଡ୍‌ କ୍ୟୁବା ଚେନ ଆଜିକାଲି ଚର୍ଚ୍ଚାରେ ଅଛି। ଏହି ଚେନ୍‌ ଅନଲାଇନ ନିଲାମ ପାଇଁ ଉପଲବ୍ଧ ଏବଂ...

ନେପାଳ ସେନା ମୁଖ୍ୟଙ୍କୁ ଭାରତୀୟ ସେନାର ସମ୍ମାନଜନକ ଜେନେରାଲ ର଼୍ୟାଙ୍କ

ନୂଆଦିଲ୍ଲୀ,୧୨।୧୨: ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେପାଳ ସେନା ମୁଖ୍ୟ ଅଶୋକ ରାଜ୍‌ ସିଗଦେଲଙ୍କୁ ଭାରତୀୟ ସେନାର ସମ୍ମାନଜନକ...

କିଙ୍ଗ୍‌, କୁଇନ ହେବା ପାଇଁ ପ୍ରିନ୍ସ ଓ୍ବିଲିୟମ, ପ୍ରିନ୍ସେସ କେଟ୍‌ଙ୍କ ପ୍ରସ୍ତୁତି ଆରମ୍ବ

ଲଣ୍ଡନ, ୧୨।୧୨:ବ୍ରିଟେନ୍‌ର ଓ୍ବେଲ୍ସ ଯୁବରାଜ ଓ୍ବିଲିୟମ (୪୨) ଓ ଯୁବରାଣୀ କେଟ ମିଡିଲଟନ୍‌ (୪୨) କିଙ୍ଗ୍‌ ଓ କୁଇନ ହେବା ପାଇଁ ପ୍ରସ୍ତୁତି କରୁଛନ୍ତି ବୋଲି...

ଇରାନରେ ହିଜାବ ନିୟମ ହେଲା ଆହୁରି କଠିନ, ଡ୍ରେସ କୋଡର ଉଲ୍ଲଂଘନ କଲେ ମିଳିବ ମୃତ୍ୟୁ ଦଣ୍ଡ

ତେହେରାନ,୧୨।୧୨: ଇରାନ ଏହାର କଠୋର ନିୟମ ପାଇଁ ବେଶ୍‌ ଜଣାଶୁଣା। ସୂଚନାଯୋଗ୍ୟ, ଇରାନ ହିଜାବ ସମ୍ବନ୍ଧରେ ନୂତନ ନିୟମ ଲାଗୁ କରିଛି ଯାହା ବିବାଦର କାରଣ...

ପୁଣି ଲ୍ୟାବ୍‌ରୁ ଲିକ୍‌ ହେଲା ମାରାତ୍ମକ ଭାଇରସ୍‌, ଦେଶରେ ହାଇ ଆଲର୍ଟ!

କ୍ୱିନସଲ୍ୟାଣ୍ଡ,୧୨।୧୨: ପୁଣି ଲ୍ୟାବ୍‌ରୁ ଲିକ୍‌ ହୋଇଛି ମାରାତ୍ମକ ଭାଇରସ୍‌। ଅଷ୍ଟ୍ରେଲିଆର ଏକ ଲାବରୋଟରୀରୁ ଶତାଧିକ ଘାତକ ଭାଇରସ ନମୁନା ନିଖୋଜ ହୋଇଯାଇଛି। କ୍ୱିନସଲ୍ୟାଣ୍ଡ ସରକାର ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri