ଭାରତୀୟ ବଂଶୋଦ୍ଭବଙ୍କୁ ପ୍ରେସ୍‌ ସଚିବ ନିଯୁକ୍ତ କଲେ କମଲା ହାରିସ୍‌

ଓ୍ବାଶିଂଟନ, ୧୮।୮(ପି.ଟି.): ସିନେଟର ତଥା ଆମେରିକା ଡେମୋକ୍ରାଟ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ତାଙ୍କର ପ୍ରେସ୍‌ ସଚିବ ନିଯୁକ୍ତ କରିଛନ୍ତି। ୩୨ ବର୍ଷୀୟା ସାବ୍ରିନା ସିଂ ତାଙ୍କୁ ପ୍ରଚାର କାର୍ଯ୍ୟରେ ସହାୟତା କରିବେ। ସାବ୍ରିନା ପୂର୍ବରୁ ଦୁଇଜଣ ଡେମୋକ୍ରାଟ ରାଷ୍ଟ୍ରପତି ପ୍ରାର୍ଥୀ ନ୍ୟୁଜର୍ସି ସିନେଟର କୋରି ବୁକର ଏବଂ ପୂର୍ବତନ ନ୍ୟୁୟର୍କ ମେୟର ମାଇକ୍‌ ବ୍ଲୁମ୍‌ବର୍ଗଙ୍କ ମୁଖପାତ୍ର ଭାବେ କାର୍ଯ୍ୟ କରିଥିଲେ।
ଡେମୋକ୍ରାଟ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍‌ ଗତ ସପ୍ତାହରେ ଭାରତୀୟ ବଂଶୋଦ୍ଭବ କମଲା ହାରିସ୍‌ଙ୍କୁ ତାଙ୍କ ରନିଂ ମେଟ୍‌ ଚୟନ କରିଥିଲେ। କମଲାଙ୍କ ପ୍ରେସ୍‌ ସଚିବ ନିଯକ୍ତ ହୋଇଥିବାରୁ ସାବ୍ରିନା ଖୁବ୍‌ ଖୁସି ବୋଲି କହିଛନ୍ତି। ସାବ୍ରିନା ହେଉଛନ୍ତି ଇଣ୍ଡିଆ ଲିଗ୍‌ ଅଫ୍‌ ଆମେରିକାର ସର୍ଦ୍ଦାର ଜେ.ଜେ. ସିଂଙ୍କ ନାତୁଣୀ। ସେହିପରି କମଲାଙ୍କ ଉପଦେଷ୍ଟା ଭାବେ ଶ୍ରୀଲଙ୍କା ବଂଶୋଦ୍ଭବ ଆମେରିକୀୟ ରୋହିଣୀ କୋସୋଗ୍‌ଲୁ ନିଯୁକ୍ତ ହୋଇଛନ୍ତି।

Share