କମଲାଙ୍କୁ ରାଷ୍ଟ୍ରପତି ପାୱାର

ୱାଶିଂଟନ,୨୦ ।୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କିଛିଦିନ ପାଇଁ ତାଙ୍କ ପାୱାର ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଦେବେ ବୋଲି ଜଣାପଡିଛି । ଶୁକ୍ରବାର ସେ କମଲାଙ୍କୁ ରାଷ୍ଟ୍ରପତି ପାୱାର ଦେବେ ବୋଲି ଜଣାପଡିଥିଲା । ମିଳିଥିବା ସୂଚନା ଅନୁଯାୟୀ, ବାଇଡେନ କଲୋନୋସ୍ପୋପି କାଇଁ ଆନାସ୍ଥେସିଆ ନେବେ । ତେଣୁ ସେ କିଛି ସମୟ ପାଇଁ ତାଙ୍କ ପଦ ଓ ପାୱାର କମଲା ହ୍ୟାରିସଙ୍କୁ ଦେଉଛନ୍ତି । ହ୍ୱାଇଟ ହାଉସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ହ୍ୱାଇଟ ହାଉସର ପ୍ରେସ ସଚିବ ଜେନ ସାକି କହିଥିଲେ କି ଶୁକ୍ରବାର ବାଇଡେନ ତାଙ୍କ ପାୱାର କମଲା ହ୍ୟାରିସଙ୍କୁ ଦେବେ । ବାଇଡେନ ତାଙ୍କ ଚିକତ୍ସା ପାଇଁ ଆନାସ୍ଥେସିଆ ନେଉଥିବାରୁ ସେ ତାଙ୍କ ପାୱାର କମଲାଙ୍କୁ ଦେଉଛନ୍ତି । ଆନାସ୍ଥେସିଆରୁ ବାହାରିବା ପର୍ଯ୍ୟନ୍ତ କମଲା ତାଙ୍କ କାର୍ଯ୍ୟ ସମ୍ଭାଳିବେ । ସୂଚନାଯୋଗ୍ୟ, କିଛିଦିନ ତଳେ ଖବର ଆସିଥିଲା କି ବାଇଡେନ ଓ କମଲା ହ୍ୟାରିସଙ୍କ ସମ୍ପର୍କ ଭଲ ନାହିଁ । ତେଣୁ ତାଙ୍କୁ ଉପରାଷ୍ଟ୍ରପତି ପଦରୁ ହଟାଇ ଦିଆଯାଇପାରେ । ହେଲେ ଏବେ ବାଇଡେନ ତାଙ୍କ ପାୱାର କମଲାଙ୍କୁ ଦେବା ପୁଣିଥରେ ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି ।

Share