Categories: ଜାତୀୟ

କମଲା ହାରିସ୍‌ଙ୍କ ଅଜାଙ୍କ ଗ୍ରାମ ଉତ୍ସବମୁଖର

ଜୋ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେବାକୁ ଯାଉଥିବାବେଳେ ତାଙ୍କ ରନିଂ ମେଟ୍‌ ତଥା ଡେମୋକ୍ରାଟିକ୍‌ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ମାଆଙ୍କର ଭାରତରେ ଥିବା ଗାଁ ଉତ୍ସବମୁଖର ହୋଇଉଠିଛି। ଗ୍ରାମବାସୀ ସ୍ଲୋଗାନ ଦେବା ସହ ହାରିସ୍‌ଙ୍କ ବିଜୟ କାମନା କରିଛନ୍ତି। ହାରିସ୍‌ଙ୍କ ଅଜା (ମାଆଙ୍କ ବାପା)ଙ୍କ ଘର ଚେନ୍ନାଇଠାରୁ ୩୨୦ କି.ମି. ଦୂର ଥୁଲାସେଣ୍ଡ୍ରପୁରମ୍‌ ଗ୍ରାମରେ। ସେଠାରେ ବୁଧବାରଠାରୁ ଚୂଡ଼ାନ୍ତ ଫଳାଫଳ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଥିବାବେଳେ ସମସ୍ତେ ବିଜୟ ଖବରକୁ ଅପେକ୍ଷା କରି ରହିଛନ୍ତି। ବାଇଡେନ୍‌ ବିଜୟର ନିକଟବର୍ତ୍ତୀ ହୋଇଥିବାରୁ ଗାଁରେ ଉତ୍ସବ ଆରମ୍ଭ ହୋଇଯାଇଛି। ହାରିସ୍‌ଙ୍କ ଲାଗି ସେଠାରେ ଥିବା ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଛି।

Share