Categories: Uncategorized

କେନ୍ଦ୍ର ସାହିତ୍ୟ ଏକାଡେମୀର ବିଜ୍ଞାନ-ସମ୍ପାନରେ କମଳାକାନ୍ତ

ଭୁବନେଶ୍ୱର,୬।୩(ବ୍ୟୁରୋ): ଦିଲ୍ଲୀଠାରେ ଆସନ୍ତା ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସାହିତ୍ୟ ଏକାଡେମୀର ବାର୍ଷିକ ସାହିତ୍ୟ ଉତ୍ସବ ‘ଫେଷ୍ଟିଭାଲ ଅଫ୍‌ ଲେଟର୍ସ୍‌’ ପାଳନ କରାଯିବ। ଏହି ଉତ୍ସବର ବିଜ୍ଞାନ-ସମ୍ପାନରେ ବିଶିଷ୍ଟ ଜନପ୍ରିୟ ବିଜ୍ଞାନ ଲେଖକ ତଥା ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରଫେସର କମଳାକାନ୍ତ ଜେନା ଯୋଗଦେବେ। ପ୍ରଫେସର ଜେନା ୧୩ ତାରିଖରେ ସେଠାରେ ନିଜର ବକ୍ତବ୍ୟ ରଖିବେ। ଦିଲୀ ସ୍ଥିତ ରବୀନ୍ଦ୍ର ଭବନ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ଆଲୋଚନାଚକ୍ରରେ ‘ଫାନ୍‌ଟାସୀ ଆଣ୍ଡ୍‌ ସାଇନ୍ସ ଫିକ୍ସନ୍‌ ଇନ୍‌ ଓଡ଼ିଆ ଲାଙ୍ଗୁଏଜ୍‌ ସିନ୍‌ସ ୧୯୪୭’ (୧୯୪୭ ପରେ ଓଡ଼ିଆ ଭାଷାରେ କଳ୍ପ ବିଜ୍ଞାନ) ତାଙ୍କ ବକ୍ତବ୍ୟର ଶୀର୍ଷକ ରହିବ। ତାଙ୍କ ସହ ଭାରତର ଆଉ ୫ଜଣ ବିଶିଷ୍ଟ ଲେଖକ ରତ୍ନା ତାମୁଲି (ଅହମିୟା), ରଜତ ଚୌଧୁରୀ (ଇଂଲିଶ), ଜୋସେଫ୍‌ ତୁସକାନୋ (ମରାଠୀ), ଜନାର୍ଦ୍ଦନ ହେଗଡ଼େ (ସଂସ୍କ୍‌ୃତ) ଓ ଇରା ନଟରାସନ୍‌ (ତାମିଲ) ଏଥିରେ ଭାଗ ନେବେ। ଅଦ୍ୟାବଧି ବିଭିନ୍ନ ପତ୍ରପତ୍ରିକାରେ ପ୍ରଫେସର ଜେନାଙ୍କର ୧୨୦୦ରୁ ଅଧିକ ବିଜ୍ଞାନପାଠ ଓ ୩୨ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି।