Categories: ଜାତୀୟ

ମହିଳା ମନ୍ତ୍ରୀଙ୍କ ଅପମାନ ସହି ପାରିଲେନି ଶିବରାଜ

ଭୋପାଳ,୧୯ ।୧୦: ମଧ୍ୟପ୍ରଦେଶରେ ୨୫ରୁ ଊର୍ଦ୍ଧ୍ୱ ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଏହାପରେ ଜଣାପଡିବ ଶାସନ ଭାର କାହା ହାତରେ ରହିବ । ଏହି ଉପନିର୍ବାଚନକୁ ନେଇ ପ୍ରଚାର ମଧ୍ୟ ଜୋର ଧରିଛି । ଆଉ ଏହାରି ଭିତରେ ରାଜନେତାମାନେ ମର୍ଯ୍ୟାଦା ଭୁଲି ଯାଇଥିବା ଦେଖାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଭାଜପା ପ୍ରାର୍ଥୀ ଇମରତି ଦେବୀଙ୍କୁ ଆଇଟମ କହିଥିବା ବେଳେ କଂଗ୍ରେସ ନେତା ଅଜୟ ସିଂ ଜଲେବି ବୋଲି କହିଛନ୍ତି । ଏହାପରେ ଏବେ ରାଜ୍ୟରେ ରାଜନୀତିର ପାରଦ ଉପରକୁ ଉଠିଯାଇଛି । ମହିଳା ମନ୍ତ୍ରୀଙ୍କୁ ଯେଉଁଭଳି ଭାବେ ଅପମାନ କରାଯାଇଛି ସେ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋମବାର ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୨ ଘଣ୍ଟା ପାଇଁ ମୌନ ବ୍ରତ ରଖିବେ ବୋଲି କହିଛନ୍ତି । ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟ ନିଜ ପ୍ରାର୍ଥୀଙ୍କ ପ୍ରତି ହୋଇଥିବା ଅପମାନ ପାଇଁ ରାଜ୍ୟ ସାରା ୨ ଘଣ୍ଟାର ମୌନ ଧାରଣା ଦେବ ବୋଲି କହିଛି । ଇନ୍ଦୋରରେ ଏହି ଧାରଣାର ନେତୃତ୍ୱ ନେବେ ରାଜ୍ୟ ସଭା ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆ । ଶିବରାଜ କହିଛନ୍ତି ଏହା କେବଳ ଇମରତି ଦେବୀଙ୍କର ନୁହେଁ ବରଂ ରାଜ୍ୟର ସମସ୍ତ ଝିଅ, ଭଉଣୀଙ୍କ ଅପମାନ । କମଲନାଥ ଜଣେ ନାରୀଙ୍କ ଉଦ୍ଦେଶ୍ୟରେ ଯେଉଁ ଅଭଦ୍ର ଟିପ୍ପଣି ଦେଇଛନ୍ତି ଏଥିପାଇଁ ସେ ଲଜ୍ୟା ଅନୁଭବ କରିବା କଥା । ଭାରତ ଏମିତି ଏକ ଦେଇ ଯେଉଁଠାରେ ଦ୍ରୌପଦିଙ୍କ ଅପମାନ ହେବାରୁ ମହାଭାରତ ସୃଷ୍ଟି ହୋଣ ଥିଲା । ତେଣୁ କମଲନାଥଙ୍କ ଏଭଳି ଟିପ୍ପଣିକୁ ଲୋକେ ବରଦାସ୍ତ କରିବେ ନାହିଁ ବୋଲି ଶିବରାଜ କହିଛନ୍ତି । ମାୟବତି ମଧ୍ୟ କମଲନାଥଙ୍କ ଟିପ୍ପଣିର ନିନ୍ଦା କରିଛନ୍ତି । ଏଥିପାଇଁ କଂଗ୍ରେସ କ୍ଷମା ମାଗିବା ଉଚିତ ବୋଲି ସେ କହିଛନ୍ତି ।

Share