Categories: ଜାତୀୟ

ଭୂମି ପୂଜନ ପୂର୍ବରୁ ଏହି ନେତା ବଦଳାଇଲେ ଟୁଇଟରର ପ୍ରୋଫାଇଲ୍‌ ଫଟୋ

ଭୋପାଳ,୪।୮: ଉତ୍ତରପ୍ରଦେଶ ଅଯୋଧ୍ୟାରେ ଅଗଷ୍ଟ ୫ ଅର୍ଥାତ୍‌ ବୁଧବାର ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ କମଳା ରଙ୍ଗରେ ରଙ୍ଗେଇ ହୋଇଛି ରାମନଗରୀ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ଦିରର ଶିଳାନ୍ୟାସ କରିବେ। ଏହାପରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ଇତିମଧ୍ୟରେ ଭୂମି ପୂଜନ ପୂର୍ବରୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଳନାଥ ନିଜ ଟୁଇଟର ଆକାଉଣ୍ଟରୁ ପ୍ରୋଫାଇଲ ଫଟୋକୁ ବଦଳାଇ ଦେଇଛନ୍ତି। ନୂଆ ଫଟୋରେ ସେ କମଳା ରଙ୍ଗର ଯୋଡ଼ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଙ୍ଗଳବାର କଂଗ୍ରେସ ନେତା ନିଜ ଫଟୋ ବଦଳାଇ ଏହାର କ୍ୟାପଶନ୍‌ରେ ଲେଖିଛନ୍ତି, ଶ୍ରୀରାମଙ୍କ ହନୁମାନ ସମସ୍ତଙ୍କ କଲ୍ୟାଣ କର। ଏହା ପୂର୍ବରୁ ସୋମବାର ସେଆଉ ଏକ ଟୁଇଟ କରିଥିଲେ। ଯେଉଁଥିରେ ସେ ରାଜ୍ୟବାସୀଙ୍କ ଖୁସି ଓ ଉନ୍ନତି ପାଇଁ ମଙ୍ଗଳବାର ହନୁମାନ ଚାଳିଶା ପାଠ କରିବେ ବୋଲି କମଳନାଥ କହିଥିଲେ।

Share