Categories: ଜାତୀୟ

ପଦ ଛାଡିବେ କମଲନାଥ!

ଭୋପାଳ,୧୪ ।୧୨: ମଧ୍ୟପ୍ରଦେଶରେ ପ୍ରଥମେ ସରକାର ଭାଙ୍ଗିବା ଏବେ ନିକଟରେ ଉପନିର୍ବାଚନରେ ହାରିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଏକ ବଡ ବୟାନ ଦେଇଛନ୍ତି । ଛିଣ୍ଡୱାଡାରେ ସମର୍ଥକଙ୍କୁ ସମ୍ବୋଧନ କରିବା ବେଳେ ରାଜନୀତି ଛାଡିବାର ସଙ୍କେତ ଦେଇଛନ୍ତି କମଲନାଥ । ସେ କହିଛନ୍ତି ବର୍ତ୍ତମାନ ମୁଁ ଆରାମ କରିବାକୁ ଚାହୁଁଛି କାରଣ ମୁ ବହୁତ କିଛି ହାସଲ କରି ସାରିଛି । କଂଗ୍ରେସରେ ବିଭିନ୍ନ ସମୟରେ କମଲନାଥଙ୍କ ବିରୋଧରେ କଥା ଉଠୁଥିବା ବେଳେ ଏବେ ତାଙ୍କର ଏହି ବୟାନ ଆଲେଚନାର ବିଷୟ ପାଲଟିଛି । ଛିଣ୍ଡୱାଡାକୁ କମଲନାଥଙ୍କ ଗଡ ବୋଲି କୁହାଯାଉଥିବା ବେଳେ ଏବେ ସେ ରାଜନୀତି ଛାଡିବା କଥା କହିଛନ୍ତି କି ଅଧ୍ୟକ୍ଷ ପଦ ଛାଡିବା କଥା କହିଛନ୍ତି ତାକୁ ନେଇ ଚାଲିଛି ଆଲୋଚନା । ସୂଚନାଯୋଗ୍ୟ, କମଲନାଥ ଏବେ ମଧ୍ୟପ୍ରଦେଶ ବିଧାନସଭାର ବିରୋଧୀଦଳ ନେତା ସହ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ପଦରେ ରହିଛନ୍ତି ।

Share