Categories: ଜାତୀୟ

କମଲନାଥ-ଦିଗ୍‌ବଜୟ ଦୁଇ ଅସହାୟ: କୈଳାସ ବିଜୟଭର୍ଗିୟ…

ଉଜ୍ଜୟନୀ,୨୦।୬ : ମଧ୍ୟପ୍ରଦେଶ ଉଜ୍ଜୟନୀରେ ଚାଲିଥିବା ଭାଜପା କର୍ମୀ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଭାଜପା ସାଧାରଣ ସଚିବ କୈଳାସ ବିଜୟଭର୍ଗିଆ ମହୀଦପୁରରେ କମଲନାଥ ଦେଇଥିବା ବିବୃତ୍ତି ନେଇ କହିଛନ୍ତି, ମୋର ଚକ୍କି ବହୁତ ସୁନ୍ଦର ଭାବରେ ଗ୍ରାଇଣ୍ଡ କରୁଛି। ଆଗାମୀ ଦିନରେ ମଧ୍ୟ ଏହା ସମାନ ଭାବେ କାମ କରିବ। ଏହା ସହିତ ସେ କମଲନାଥ ଏବଂ ଦିଗ୍‌ବିଜୟ ସିଂଙ୍କୁ କଟାକ୍ଷ କରିଛନ୍ତି।

କମଲନାଥ-ଦିଗ୍‌ବଜୟ ଦୁଇ ଅସହାୟ। ସେମାନେ ଅନ୍ୟର ଭରସାରେ ଅଛନ୍ତି। କମଲ ନାଥ ଧମକ ଚମକ ରାଜନୀତି କରୁଛନ୍ତି। ତାଙ୍କୁ ୭୫ ବର୍ଷ ବୟସରେ କ୍ଷମା କରାଯିବା ଉଚିତ। ଭିକ୍ଟୋରିଆ ନମ୍ବର ୨୦୩ ଚଳଚ୍ଚିତ୍ର ଚରିତ୍ର ପରି କମଲନାଥ-ଦିଗ୍‌ବଜୟ ଦୁଇ ଅସହାୟ ପରି, ବିନା ସମର୍ଥନରେ ଘୁରି ବୁଲୁଛନ୍ତି। ଏଭଳି ଅବସ୍ଥା ନେଇ ସେମାନଙ୍କ ପ୍ରତି ମନରେ ଦୟା ଭାବ ଜାତ ହେଉଛି।

Share