ନିଶାସକ୍ତ ଅବସ୍ଥାରେ ସ୍ତ୍ରୀଙ୍କୁ ପିଟିଲେ କାମ୍ବଲି, ପୋଲିସ ଷ୍ଟେଶନରେ ମାମଲା ରୁଜୁ…

ମୁମ୍ବାଇ,୫।୨ : ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି। ଏବେ ସେ ତାଙ୍କ ସ୍ତ୍ରୀ ଆଣ୍ଡ୍ରେୟା ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଆଣ୍ଡ୍ରିଆଙ୍କ ଅଭିଯୋଗ ଆଧାରରେ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେଶନରେ କାମ୍ବଲିଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ ହୋଇଛି। ତାଙ୍କ ଅଭିଯୋଗରେ ଦର୍ଶାଯାଇଛି ଯେ କାମ୍ବଲି ତାଙ୍କୁ ଗାଳିଗୁଲଜ କରିଥିଲେ। କେବଳ ଏତିକି ନୁହେଁ, ସେ ମଦ୍ୟପାନ କରି ସ୍ତ୍ରୀଙ୍କୁ ମଧ୍ୟ ମାଡ଼ ମାରିଛନ୍ତି। ମୁମ୍ବାଇ ପୋଲିସ କହିଛି ଯେ ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଗିରଫ କରାଯାଇ ନାହିଁ।

ବାନ୍ଦ୍ରା ପୋଲିସର ସୂଚନାନୁସାରେ, କାମ୍ବଲିଙ୍କ ବିରୋଧରେ ଆଇପିସି ଧାରା ୩୨୪ ଏବଂ ୫୦୪ ଅନୁଯାୟୀ ଏକ ଏଫଆଇଆର ୀୁଜୁ କରାଯାଇଛି। ହୋଇଛି। ମଦ୍ୟପ ଅବସ୍ଥାରେ ରନ୍ଧନ ପ୍ୟାନର ହ୍ୟାଣ୍ଡେଲରେ ତାଙ୍କ ସ୍ତ୍ରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି।

କାମ୍ବଲି ବିଳମ୍ବିତ ରାତିରେ ମଦ୍ୟପାନ କରି ଘରକୁ ଆସିଥିଲେ। ସେ କେବଳ ନିଜ ସ୍ତ୍ରୀଙ୍କୁ ପିଟିବା ନୁହେଁ, ପୁଅକୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ୧୨ ବର୍ଷର ପୁଅ କାମ୍ବଲିଙ୍କୁ ଅଟକାଇବାକୁ ଚେଷ୍ଟା କଲା, କିନ୍ତୁ ସେ ମାନି ନ ଥିଲେ। ପୁଅକୁ ଦୁର୍ବ୍ୟବହାର କରି ସ୍ତ୍ରୀଙ୍କୁ ପିଟିଥିଲେ। ତେବେ ଏହି ସମସ୍ୟାର ସମାଧାନ କରାଯାଉଛି ବୋଲି ଆଣ୍ଡ୍ରିଆ କହିଛନ୍ତି।
ପୋଲିସର ସୂଚନାନୁସାରେ, ଆକ୍ରମଣ ଘଟଣା ପରେ ଆଣ୍ଡ୍ରେୟା ପ୍ରଥମେ ଭାଭା ଡାକ୍ତରଖାନାକୁ ଯାଇଥିଲେ। ଏହା ପରେ ସେ ଏକ ମାମଲା ଦାୟର କରିବାକୁ ନିଷ୍ପତ୍ତି ନେଇ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ସେଠାରେ ସେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ ଏବଂ ଏଫଆଇଆର ପଞ୍ଜିକୃତ କରିଥିଲେ।

 

Share